Odisha news

ଏମ୍ପିସି ସ୍ୱୟଂଶାସିତ କଲେଜରେ ରାଜ୍ୟ ଇତିହାସ କଂଗ୍ରେସର ଆଞ୍ଚଳିକ ଅଧିବେଶନ

0

ବାରିପଦା  : ପ୍ଲାଟିନମ ଜୁବୁଲି ଉତ୍ସବର ଅବ୍ୟବହିତ ପୂର୍ବରୁ ସ୍ଥାନୀୟ ଏମ୍ପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ରାଜ୍ୟ ଇତିହାସ କଂଗ୍ରେସର ଆଞ୍ଚଳିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ “ସ୍ୱାଧୀନତା ପରବର୍ତ୍ତୀ ମୟୂରଭଞ୍ଜ : ଆହ୍ୱାନ ଓ ସୁଯୋଗ’ ଶୀର୍ଷକ ଏକ ଆଲୋଚନା ସମ୍ପାନ ଅନୁଷ୍ଠିତ ହୋଇଥିଲା । ଉତ୍ସବର ପ୍ରାରମ୍ଭରେ କଲେଜ ଅଧ୍ୟକ୍ଷ ପ୍ରଫେସର ମୁକ୍ତିକାନ୍ତ ପଣ୍ଡା ଅତିଥି ଓ ଆଲୋଚକଙ୍କ ଉଦେଶ୍ୟରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଇତିହାସ ବିଭାଗ ମୁଖ୍ୟ ଡଃ ରନôୀ ହାଁସଦା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ରାଜ୍ୟ ଇତିହାସ କଂଗ୍ରେସର ସଭାପତି ପ୍ରଫେସର ହରିହର ପଣ୍ଡାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏମ୍ପିସି କଲେଜ ପରିଚାଳନା କମିଟି ଚେୟାରମ୍ୟାନ ମେଜର ଡଃ କଳ୍ପନା ଦାସ ମୟୂରଭଞ୍ଜ ଜିଲ୍ଲାର ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ନିଜ ବକ୍ତବ୍ୟରେ ଆଲୋକ ପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଡଃ ପ୍ରଫୁଲ୍ଲ ମହାନ୍ତି ଯୋଗଦେଇ ପ୍ରାଗ ଐତିହାସିକ ଯୁଗୀୟ ମୟୂରଭଞ୍ଜ ସମ୍ପର୍କରେ ନିଜର ବିମର୍ଶ ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡଃ ଯତୀନ୍ଦ୍ର ନାଥ ସିଂଦେବ ସଚନ ସ୍ୱାଧୀନତା ପରବର୍ତ୍ତୀ ମୟୂରଭଞ୍ଜର ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ନିମନ୍ତ୍ରିତ ଅତିଥି ଭାବେ ଡଃ ପାରେଶ୍ୱର ସାହୁ ଯୋଗ ଦେଇଥିବାବେଳେ ରାଜ୍ୟ ଇତିହାସ କଂଗ୍ରେସର ସାଧାରଣ ସମ୍ପାଦକ ଡଃ ସୁବାସ ଚନ୍ଦ୍ର ବାରିକ ବିଗତ ଅଧିବେଶନର ବିବରଣି ଉପସ୍ଥାପନ କରିଥିଲେ । ଅଧ୍ୟାପିକା ରାଇମନି ମାରାଣ୍ଡି ଅନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଆଲେକ୍ସ ହେମ୍ବ୍ରମ ଓ ଈଶ୍ୱର ମହାନ୍ତ କାର୍ଯ୍ୟକ୍ରମ ସଫଳ ରୂପାୟଣରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଇତିହାସ ଅଧ୍ୟାପକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

 

Ad2
Leave A Reply