ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ନିଦେ୍ର୍ଧଶିକାଙ୍କ ମୟୂରଭଞ୍ଜ ଗସ୍ତ : ଅନୁଧ୍ୟାନ କଲେ ପିଏମ୍ ଜନମନ ଯୋଜନାର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିତା
ବାରିପଦା : ସମଗ୍ର ଦେଶରେ ଆଦିବାସୀ ମାନଙ୍କ ସମନ୍ୱୟ ବିକାଶ ପାଇଁ ଆରମ୍ଭ ହୋଇଛି ପିଏମ୍ ଜନମନ ଯୋଜନା । ଏଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟର ମୁଖ୍ୟ ଆଦିବାସୀ ବହୁଳ ଜିଲ୍ଲା ଭାବେ ମୟୂରଭଞ୍ଜରେ କାର୍ଯ୍ୟକାରୀ ହୋଇ ଚାଲିଛି ଏହି ଯୋଜନା । ଜିଲ୍ଲାପ୍ରଶାସନ ଏଥିପାଇଁ ସଂପୂର୍ଣ୍ଣ ତତ୍ପର ଥିବାବେଳେ, ବୁଧବାର ଦିନ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ନିଦେ୍ର୍ଧଶିକା ତଥା ମୟୂରଭଞ୍ଜ ଜିଲ୍ଲା ପ୍ରଭାରୀ ସଂଗୀତା ଗୁପ୍ତା ଜିଲ୍ଲା ଗସ୍ତ କରି ପିଏମ୍ ଜନମନ ଯୋଜନାର ସୁଗମ ମନିଟରିଂ ଏବଂ ଏହାର କାର୍ଯ୍ୟକାରିତା ନିରୀକ୍ଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ, ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରଜନୀକାନ୍ତ ସ୍ୱାଇଁ ତଥା ସମସ୍ତ ଜିଲ୍ଲା ଅଧିକାରୀ, ଜିଲ୍ଲା ସମନ୍ୱୟ କମିଟିର ସମସ୍ତ ସଦସ୍ୟ ଏବଂ ଜିଲ୍ଲା ସ୍ତରୀୟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି, ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀକୁ ଉନ୍ନତ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଏହି ପଦକ୍ଷେପ ସେମାନଙ୍କର ଅନନ୍ୟ ଆହ୍ୱାନର ସମାଧାନ ତଥା ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅତ୍ୟାବଶ୍ୟକ ଭିତ୍ତିଭୂମି ଯୋଗାଇବା ପାଇଁ ସାମର୍ଥ୍ୟ ବହନ କରେ । ଶ୍ରୀମତୀ ଗୁପ୍ତା ଜିଲ୍ଲାର ଯେଉଁ ସବୁ ବ୍ଲକଠାରେ ଏହି ସବୁ କାର୍ଯ୍ୟ ଚାଲିଛି, ସେସବୁ ବିଶଦ ବିବରଣୀ ଜିଲ୍ଲାପାଳଙ୍କ ଠାରୁ ନେଇନିଜର ସନ୍ତୁଷ୍ଟି ପ୍ରକାଶ କରିଥିଲେ ଏବଂ ଏହାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଏବଂ ଫଟୋ, ବିଡ଼ିଓ ମାଧ୍ୟମରେ ଏହି ଯୋଜନାକୁ ଲୋକାଭିମୁଖୀ କରାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଜିଲ୍ଲପାଳ ଶ୍ରୀ ଭରଦ୍ୱାଜ କହିଥିଲେ ଯେ, ଯେଉଁ ସବୁ ଗ୍ରାମବାସୀମାନେ ଏପର୍ଯ୍ୟନ୍ତ ଆଧାର କାର୍ଡର ସୁବିଧା ପାଇଁ ନାହାନ୍ତି, ଜାତିଗତ ପ୍ରମାଣ ପତ୍ର ଯେଉଁଠାରେ ମିଳିନାହିଁ, ସେମାନଙ୍କୁ ତୁରନ୍ତ ଏହି ସୁବିଧା କରାଇବାପାଇଁ ଅଧିକାରୀ ମାନେ ତତ୍ପର ହେବେ । ସୂଚନା ଯୋଗ୍ୟଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜାନୁଆରୀ ୧୫ତାରିଖ ଦିନ ଆଭାସୀ ଜରିଆରେ କିଛି ଜିଲ୍ଲାଙ୍କ ସହିତ ଏହି ବିଷୟରେ ଆଲୋଚନା କରିବେ ଏବଂ ଯେହେତୁ ମୟୂରଭଞ୍ଜ ଜିଲ୍ଲା ଏକ ବିଶେଷ ସ୍ଥାନ ଅଧିକାର କରୁଛି ତେଣୁ ଏହି ଜିଲ୍ଲାପ୍ରତି ବିଶେଷ ଧ୍ୟାନ ରହିବ । ଏହି ବୈଠକରେ ସମସ୍ତ ଅଧିକାରୀ ମାନଙ୍କୁ ନିଜ ନିଜ କ୍ଷେତ୍ରରେ ହେଉଥିବା ସମସ୍ତ ଓଋଉ କାର୍ଯ୍ୟକଳାପ ସମସ୍ତଙ୍କୁ ପରଖି ଏହାର ଉତ୍ତମ ଅବଲୋକନ କରିବାପାଇଁ ଶ୍ରୀମତୀ ଗୁପ୍ତା କହିଥିଲେ । ଇତ୍ୟବସରରେ ଶ୍ରୀମତୀ ଗୁପ୍ତା, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସ୍ୱାଇଁ, ସମସ୍ତ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ମାନେ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ମୋରଡା ବ୍ଲକର ଚିକିଟାମାଟି ଗ୍ରାମରେ ହେଉଥିବା ପିଏମ୍ ଜନମନ ଯୋଜନା ଅନ୍ତର୍ଗତ ସାଚୁରେସନ୍ ପ୍ରୋଗ୍ରାମ୍ ପରିଦର୍ଶନ କରି ଲୋକମାନଙ୍କ ସହିତ ସବିଶେଷ ଆଲୋଚନା କରିଥିଲେ ।
