Odisha news

ବାଙ୍କିଶୋଳ ଲ୍ୟାମ୍ପ୍ସରରେ ଉଦ୍ଘାଟନ ହେଲା ଧାନ ମଣ୍ଡି

0

ବାରିପଦା : ବାଙ୍କିଶୋଳ ଲ୍ୟାମ୍ପ୍ସର ୨୦୨୩-୨୪ ବର୍ଷ ଧାନ କ୍ରୟ ନିମନ୍ତେ ବାରିପଦା ଆରଏମସି ଠାରେ ଧାନ ମଣ୍ଡି ଆରଏମସିର ଉପାଧ୍ୟକ୍ଷ ମଳୟ କୁମାର ଜେନାଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବାରିପଦା ପଞ୍ଚାୟତ ସମିତିର ଯୋଗାଣ ଅଧିକାର ସୁଧାଂଶ କୁମାର ଜେନା ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଥମ ଦିନରେ ୨ଜଣ ଚାଷୀଙ୍କ ଠାରୁ ମୋଟ୍ ୧୨୩.୨୩ କୁଇଣ୍ଟାଲ ଧାନ କ୍ରୟ କରାଯାଇ ସମ୍ପୃକ୍ତ ମିଲ୍କୁ ଦିଆଯାଇଥିଲା । ଉକ୍ତ ଉଦ୍ଘାଟନରେ ସମିତିର ଭାରପ୍ରାପ୍ତ ପରିଚାଳନା ନିଦେ୍ର୍ଦଶକ କରୁଣାକର ମହାନ୍ତ ପୌରହିତ୍ୟ କରିଥିଲେ । ତତ୍ ସଙ୍ଗେ ସଙ୍ଗେ ସମିତିର ପୂର୍ବତନ ପରିଚାଳନା ନିଦେ୍ର୍ଦଶକ ରଞ୍ଜିବ କୁମାର ଦ୍ୱିବେଦୀ ଧାନ କ୍ରୟ ପାଇଁ ଆବଶ୍ୟକ ନିୟମ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ସମିତି ଓ ଆରଏମସିର କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନେ ସେଠାରେ ଉପସ୍ଥିତ ଥିଲେ ।

Ad2
Leave A Reply