ବାରିପଦା : ୬୧ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ରିଜରବ ପୋଲିସ ପଡିଆ ବାରିପଦା ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉସôବରେ ଗୃହରକ୍ଷୀ ବାହିନୀର ସମ୍ବୋଦେଷ୍ଟା ତଥା ମୟୂରଭଞ୍ଜ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମର ମୁଖ୍ୟଅତିଥି ମୟୂରଭଞ୍ଜ ଏସପି ତାଙ୍କର ଅଭିଭାଷଣ ରଖିଥିଲେ ଓ ଭାରତର ମହାମହିମ ରାଷ୍ଟ୍ରପତି, ଓଡିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହସଚିବ, କେନ୍ଦ୍ରୀୟ ଗୃହରକ୍ଷୀ ବାହିନୀ ଡି.ଜି, ଓଡିଶା ଅଗ୍ନିଶମ ଓ ଗୃହରକ୍ଷୀ ବାହିନୀର ଡି.ଜିଙ୍କ ବାର୍ତ୍ତାକୁ ପଠନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା, ଡିଏସପି ସବିତା ମାଝୀ, ସନାତନ ସାହୁ, ଅଜୟ କୁମାର ବାରିକ, ସୂର୍ଯ୍ୟନାରାୟଣ ଦାସ, ଡୋଳାମଣି ଭୋଇ, ଆରକ୍ଷୀ ନିରୀକ୍ଷକ ଜୀବନ ନାୟକ, ସମ୍ୟଜିତ ମିଶ୍ର, ମୃତୁ୍ୟଞ୍ଜୟ ପ୍ରଧାନ, କରୁଣାକର ରାଉତ, ମଧୁମିତା ମହାନ୍ତି, କବି ରଞ୍ଜନ ସେଠୀ, କାଲିପଦ ରାଜବଂଶୀ, ବିଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବରେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହ୍ନର, ଡେପୁଟି କମାଣ୍ଡାଣ୍ଟ ଓଏସଏପି ପଞ୍ଚମ ବାଟାଲିଅନ ଅରୁଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ପାରାଡକୁ କମ୍ପାନୀ କମାଣ୍ଡର ଅଶୋକ କୁମାର ଦାସ ତିନି ପ୍ଲାଟୁନ ଗୃହରକ୍ଷୀଙ୍କୁ ନେଇ ଗଠିତ ପାରାଡକୁ ସୁପରିଚାଳନା କରିଥିଲେ । ଉକ୍ତ ପାରାଡରେ ତାଙ୍କୁ ସେକେଣ୍ଡ-ଇନ୍-କମାଣ୍ଡ ଶାନ୍ତନୁ ବେହେରା, ପ୍ଲାଟୁନ କମାଣ୍ଡର ସୀତାରାମ ବିନ୍ଧାଣୀ, ପ୍ରତିକୂଳ ନନ୍ଦ ଓ ଗୌରୀ ମହାନ୍ତ ସହଯୋଗ କରିଥିବାବେଳେ ରିଜରବ ପୋଲିସ ମୟୂରଭଞ୍ଜର ବ୍ୟାଣ୍ଡ ପାର୍ଟି ମଧ୍ୟ ପାରାଡରେ ସହଯୋଗ କରିଥିଲେ । ପାରାଡ ପରିଶେଷରେ ରିଜରବ ଅଫିସ ସାମ୍ନାରେ ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତାର ବାର୍ତ୍ତା ଦେଇଥିଲେ । ଏଥିରେ ଜୀବନ ଧାରା ସଂସ୍ଥାର ଅଧ୍ୟକ୍ଷ ଚନ୍ଦନ ସେଜପଡା ଓ ଟ୍ରଷ୍ଟ ମେମ୍ବର ଅଜିତ କୁମାର ନାୟକ ସହଯୋଗ କରିଥିଲେ ।
