Odisha news

ଯଶିପୁର ବ୍ଲକ ଶିକ୍ଷା ଅଧିକାରୀ ମଙ୍ଗଲ ଚରଣ ସିଂ ନିଲମ୍ବିତ

0

ବାରିପଦା  : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଦେ୍ର୍ଦଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଶିକ୍ଷାଧିକାରୀ ମଙ୍ଗଲ ଚରଣ ସିଂଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବିଭାଗୀୟ ଚିଠି ନଂ ୨୭୯୫୮/୫ ଡିସେମ୍ବର ୨୦୨୩ କ୍ରମେ ବିଇଓ ସିଂଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶିକ୍ଷା ଅଧିକାରୀ ମଙ୍ଗଲ ସିଂଙ୍କ ନାମରେ ବହୁ ଅଭିଯୋଗ ପୂର୍ବରୁ ହୋଇଥିଲା । ବ୍ୟାପକ ଭାବରେ ଅନିୟମିତତା ସମ୍ପର୍କରେ ଅଭିଯୋଗ ପରେ ବିଭାଗୀୟ ସଚିବ ଗତ ମାସ ୨୦ତାରିଖ ରେ ଯଶିପୁର ଗସ୍ତ କରି ତଦନ୍ତ କରିବା ପରେ ଏହି ନିଲମ୍ବନ ଆଦେଶ ଦେଇଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ସହିତ ମୁଖ୍ୟାଳୟ ଛାଡି ନଯିବାକୁ ଚିଠିରେ ଉଲ୍ଲେଖ ରହିଛି ।

Ad2
Leave A Reply