Odisha news

ଡ.ଆମ୍ବେଦକରଙ୍କ ପରିନିର୍ବାଣ ଦିବସରେ ମାର୍ଲାପଣ କାର୍ଯ୍ୟକ୍ରମ

0

ବାରିପଦା  : ଦାରଗାଡାହି ଠାରେ ଥିବା ଭାରତବର୍ଷର ସମ୍ବିଧାନର ପ୍ରଣେତା ଭାରତରନô ଡକ୍ଟର ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ତାଙ୍କ ୬୭ତମ ମହାପରିନିର୍ବାଣ ଦିବସ ଉପଲକ୍ଷେ ମର୍ଲାପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନା ଚକ୍ରରେ ତାଙ୍କୁ ଜଣେ ମହାନ ରାଷ୍ଟ୍ର ନୀତିଜ୍ଞ ଓ ସାମାଜିକ ନ୍ୟାୟ ଆନେ୍ଦାଳନର ଅଗ୍ରଣୀ ସୂତ୍ରଧର ବୋଲି ଅଭିହିତ କରାଯାଇଛି । ଏକ ସମତାଭିତ୍ତିକ, ନ୍ୟାୟ ପୂର୍ଣ୍ଣ ଓ ପ୍ରଗତିଶୀଳ ସମାଜ ଗଠନର ସେ ଥିଲେ ପ୍ରବକ୍ତା । ତାଙ୍କ ମାର୍ଗଦର୍ଶନର ଆବଶ୍ୟକତା ଏବେବି ରହିଛି । ସମାଜର ତଳସ୍ତରର ଅବହେଳିତ ଓ ନିର୍ଯ୍ୟାତିତ ଲୋକମାନଙ୍କ ଉଥାନ ପାଇଁ ତାଙ୍କ ସଂଗ୍ରାମ ଅବିସ୍ମରଣୀୟ ହୋଇ ରହିବ । ସମାଜରୁ ସମସ୍ତ ପ୍ରକାର ସାମାଜିକ ଭେଦଭାବ ଦୂର କରିବା ପାଇଁ ବକ୍ତାମାନେ କହିଥିଲେ । ଆମ୍ବେଦକର ସୋସାଇଟିର ସାଧାରଣ ସମ୍ପାଦକ ଅଧ୍ୟାପକ ଗୋପବନ୍ଧୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯେଉଁମାନେ ମତବ୍ୟକ୍ତ ଓ ଅଂଶଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି ସ୍ଥାନୀୟ ୱାର୍ଡÿ କାଉନସିଲର ନିରୁପମା ମହାନ୍ତି, ଜିଲ୍ଲା ଓବିସି ମଞ୍ଚର ସଭାପତି ଅବନୀ କୁମାର ମହାନ୍ତ, ଆମ୍ବେଦକର ସୋସାଇଟିର ପୂର୍ବତନ ସମ୍ପାଦକ ଚନ୍ଦନ କିସ୍କୁ, ଅନୁସୂଚିତ ଜାତି କଲ୍ୟାଣ ସମିତିର ରାଜ୍ୟ ସମ୍ପାଦକ କରମଚାନ୍ଦ କାଳନ୍ଦି, ଅନନ୍ତ ବାଗ, ବାଦଲ ହେମ୍ବ୍ରମ, ଲିଟୁଙ୍କ କୁମାର ମହାପାତ୍ର, ଚାନ୍ଦ୍ରାୟ ହେମ୍ବ୍ରମ, ଶଶାଙ୍କ ତେଲେଙ୍ଗା, ସରତ ବାଗ, ରଞ୍ଜିତ ବାଗ, ମିଥୁନ ମାନ, ଦିଲ୍ଲୀପ ବାଗ, ତପନ କୁଆଁର, ଅଭୟ ବାଗ, ଅଜୟ ସେନାପତି ଓ ଭାସ୍କର ବାଗ ପ୍ରମୁଖ । ଉପସ୍ଥିତ ସମସ୍ତେ ସର୍ବସମ୍ମତି କ୍ରମେ ପ୍ରତିମୂର୍ତ୍ତି ନିକଟରୁ ଷ୍ଟେସନ ବଜାର ପର୍ଯ୍ୟନ୍ତ ରାସ୍ତାକୁ ‘ଆମ୍ବେଦକର ମାର୍ଗ’ ନାମରେ ନାମିତ କରିବାକୁ ଦାବୀ ଜଣାଇଛନ୍ତି । ଏହାସହିତ ବାରିପଦାଠାରେ ଏକ ଆମ୍ବେଦକର ଭବନର ନିର୍ମାଣ ପାଇଁ ଜିଲ୍ଲାପ୍ରଶାସନ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି ।

IEC 2 years
Leave A Reply