ବାରିପଦା : ଆର୍ନ୍ତଜାତିକ ଭିନ୍ନକ୍ଷମ ଦିବସ ପାଳନ-୨୦୨୩ ଉପଲକ୍ଷେ ସ୍ଥାନୀୟ ସ୍ୱତନ୍ତ୍ର ଦୃଷ୍ଟିହୀନ ଓ ବଧିର ବିଦ୍ୟାଳୟ, ଲକ୍ଷ୍ମୀପୋଷି ସମ୍ମୁଖରେ ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ର୍ୟାଲିର ଆୟୋଜନ କରାଯାଇଥିଲା । ଏହି ର୍ୟାଲିକୁ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ସବୁଜ ପତକା ଦେଖାଇ ଶୁଭରାମ୍ଭ କରିଥିଲେ ଏବଂ ଏହା ଲକ୍ଷ୍ମୀପୋଷି ଛକ ପର୍ଯ୍ୟନ୍ତ ପରିକ୍ରମା କରିବା ପରେ ସ୍ୱତନ୍ତ୍ର ବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଏହାପରେ ଅତିରିକ୍ତ ଜିଲ୍ଲାପାଳ କ୍ରୀଡା ପତକା ଉତ୍ତୋଳନ କରି କ୍ରୀଡା ପ୍ରତିଯୋଗୀତା ପ୍ରାରମ୍ଭ କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲେ । ଏହି ଅବସରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଗଣ ଏକ ମସାଲ ଧରି ପଡିଆର ଚତୁଃପାଶ୍ୱର୍ ପରିକ୍ରମା କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଓ ବିଭିନ୍ନ ସ୍ୱତନ୍ତ୍ର ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନେ କ୍ରୀଡା ପ୍ରତିଯୋଗୀତାରେ ପରିଚାଳନା କରିଥିଲେ । ଏହି କ୍ରୀଡା ମାନଙ୍କ ମଧ୍ୟରେ ୧୦୦ ମି. ଦୌଡ, ୫୦ ମିଟର ଦୌଡ, ସ୍ପୁନ୍ ଲେମନ୍ ରେସ୍, ମୁ୍ୟଜିକ୍ ଚ୍ୟାର୍, ସ୍ଫଟ୍ ବୋଲ ଇତ୍ୟାଦି କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇଥିଲା । ଏହି ଦିବସ ପାଳନର ଅବ୍ୟହତି ପୂର୍ବରୁ ରଚନା ଲିଖନ, ବକୃତା ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ପୌରହିତ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ରୂପଭାନୁ ମିଶ୍ର, ସମ୍ପାଦକ ପ୍ରତିଧ୍ୱନି ଶିରିଶ ଚନ୍ଦ୍ର ଭୋଳ, ଜିଲ୍ଲା କ୍ରୀଡା ଅଧିକାରୀ ଅବନୀ ମୋହନ ମହାନ୍ତି ଭିନ୍ନକ୍ଷମ ସଶକ୍ତିକରଣ ଉପଲକ୍ଷେ ନିଜର ମତାମତ ପ୍ରଦାନ କରିଥିଲେ । ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଭିନ୍ନକ୍ଷମ ମାନେ ନିଜର ଅର୍ନ୍ତନିହିତ ପରିପ୍ରକାଶ ରାଜ୍ୟ ତଥା ଦେଶ ବାହାରେ ମୟୂରଭଞ୍ଜ ଜିଲ୍ଲାର ନାକୁ ଆଲୋକିତ କରିବା ପାଇଁ ଉସôାହିତ କରିଥିଲେ । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚାରିଗୋଟି ଦିବ୍ୟାଂଗ ଦମ୍ପତ୍ତିକୁ ବିବାହ ପ୍ରୋସôାହନ ରାଶି ଜିଲ୍ଲାପାଳ ପ୍ରଦାନ କରିଥିଲେ । ଏହାବ୍ୟତୀତ୍ ଭିନ୍ନକ୍ଷମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କୁ ଜିଲ୍ଲାପାଳ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ଦିବସ ଉପଲକ୍ଷେ ଭିନ୍ନକ୍ଷମଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତ ଶିଳ୍ପ ପ୍ରଦର୍ଶନୀ ଷ୍ଟୋଲରେ ପ୍ରଦର୍ଶିତ କରାଯାଇଥିଲା । ଶେଷରେ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର କରିବା ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟନ ବେହେରା ଓ ତାଙ୍କର କର୍ମଚାରୀ ବୃନ୍ଦ ପରିଚାଳନା କରିଥିଲେ । ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଥା ରୋଜ, ଭାରତ ଜ୍ୟୋତି ମନୋବିକାଶ, ଆରଡିଏସିର କର୍ମଚାରୀ ମାନେ ମଧ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।