Odisha news

ଛାତ୍ରବତ୍ସଳ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ବିୟୋଗରେ ଶୋକସଭା

0

ବାରିପଦା  : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ଦିନ ଧରି ଶିକ୍ଷକତା କରିଥିବା ଛାତ୍ର ବତ୍ସଳ ଆମାୟିକ, କୃତୀ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ବିୟୋଗରେ ତାଙ୍କ ପୁରାତନ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ଶୋକର ଛାୟା ଖେଳିଯାଇଛି । ଏମ୍କେସି ହାଇସ୍କୁଲ ବ୍ୟତୀତ ସେ ବାରିପଦା ସ୍ଥିତ କମଳା ନେହେରୁ ସରକାରୀ ବାଳିକା ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଦେଉଳି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ ବାରିପଦା ମୁର୍ଗାବାଡି ସ୍ଥିତ ଡିଆଇଇଟି ରେ ଶିକ୍ଷକ ପ୍ରଶିକ୍ଷକ ଭାବେ ନିଷ୍ଠାର ସହ କାର୍ଯ୍ୟ ସଂପାଦନ କରିଥିଲେ । ତାଙ୍କ ବିୟୋଗରେ ସାହିତି୍ୟକ ଆଶିଷ କୁମାର ବସା, ଅନିତା ଷଡ଼ଙ୍ଗୀ ସ୍ମୃତି ପରିଷଦର ଅଧ୍ୟକ୍ଷ ଇଂ ମାନସ ରଞ୍ଜନ ଷଡ଼ଙ୍ଗୀ, ମୟୂରଭଞ୍ଜ ସାଇନ୍ସ ଫୋରମର ସଭାପତି ଅମିତାଭ ମିଶ୍ର ଓ ଦେଉଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ଦଣ୍ଡପାଟ ଓ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ପରଲୋକରେ ମୟୂରଭଞ୍ଜ ମାଟି ଜଣେ ଉତ୍ସର୍ଗୀକୃତ ତଥା କର୍ତ୍ତବ୍ୟ ପରାୟଣ ଶିକ୍ଷକଙ୍କୁ ହରାଇଲା ବୋଲି ବରିଷ୍ଠ ଶିକ୍ଷାବିତ୍ମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply