Odisha news

ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ବିଜେପି ପକ୍ଷରୁ ପଦଯାତ୍ରା

0

ବାରିପଦା  : ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଆଜି ବିଜେପି ମୋର୍ଚ୍ଚା ପକ୍ଷରୁ ଜିଲ୍ଳାର ସାଧାରଣ ସମ୍ପାଦକ ଦେବାନନ୍ଦ ମୁର୍ମୁ ଏବଂ ମଣ୍ଡଳ ସଭାପତି ଦେବେନ୍ଦ୍ର ସିଂ ଙ୍କ ନେତୃତ୍ୱରେ ମଧୁବନ ପଡ଼ିଆ ଠାରୁ ଶତାଧିକ କାର୍ଯକର୍ତ୍ତାଙ୍କ ସହିତ ପାରମ୍ପରିକ ବାଦ୍ୟ ଏବଂ ନୃତ୍ୟ ସହିତ ପଦଯାତ୍ରାରେ ଯାଇ ଅସ୍ତିଆ ଠାରେ ଥିବା ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଶୋଭାଯାତ୍ରାରେ ମୁଖ୍ୟଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଛୋଟେଲାଲ ମହାନ୍ତ, ବିଜେପି ଅନୁସୂଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ ଉପସଭାପତି ଫାଗୁ ହାଁସଦା ସ୍ୱାଧୀନତା ସଂଗ୍ରମୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନି ଏବଂ ଦେଶ ଓ ଜାତି ପାଇଁ ତାଙ୍କର ଅବଦାନ ବିଷୟରେ ମୁଖ୍ୟବକ୍ତା ଭାବେ ନିଜ ବ୍ୟକ୍ତବ୍ୟ ରଖିଥିଲେ । ଏହି ଶୋଭା ଯାତ୍ରାରେ ଜିଲ୍ଲା ବିଜେପି ସାଧାରଣ ବିଜୟ କୁମାର ଦାସ, ଜିଲ୍ଲା ଉପସଭାପତି କବିବିଷ୍ଣୁ ଶତପଥୀ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀଧର ବେହେରା, କୃଷକ ମୋର୍ଚ୍ଚା ସଭାପତି ଶିଶିର କୁମାର ମହାନ୍ତ, ବରିଷ୍ଠ ବିଜେପି ନେତ୍ରୀ ଶୋଭାବତୀ ଓତା, ପାୟଲ ରାୟ, ମାନସୀ ତ୍ରିପାଠୀ, ହେମଲତା ଦାସ, ସସ୍ମିତା ବେହେରା, ଯଶୋଦା ରାଣୀ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ମାନସ କୁମାର ସାହୁ, ଜିଲା ଯୁବ ସଭାପତି ବଳରାମ ସାହୁ, ସାଧାରଣ ସମ୍ପାଦକ ଦେବବ୍ରତ ସାମଲ, ସୋମନାଥ ବେହେରା, ଜଗଦୀଶ ବିନ୍ଧାଣୀ, ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ଦାସ, ବାରିପଦା ବିସ୍ତାରକ ସୌମ୍ୟ ବାରିକ, ବାଙ୍ଗିରିପୋଷି ବିସ୍ତାରକ ଦେବେନ୍ଦ୍ର ଦାସ, କାଳୀଚରଣ ମାରାଣ୍ଡି, ସୋମନାଥ ମାଝୀ, ଲୁଧିଆ ହାଁସଦା, ବବଲୁ ମାରାଣ୍ଡି, ବୈଦନାଥ ମହାନ୍ତ, ଆଦିକନ୍ଦ ମହାନ୍ତ ଓ ଜଟିଆ ମାରାଣ୍ଡି ପ୍ରମୁଖଙ୍କ ସହିତ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।

Nalco
Leave A Reply