ବାରିପଦା : ବାଲିଡିହା ଠାରେ ଶାମାଖୁଣ୍ଟା ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨୨ଦିନ ୧୫ଦଫା ଦାବୀକୁ ନେଇ ରାଜ୍ୟ ସରପଞ୍ଚ ମହାସଂଘ ଦ୍ୱାରା ଆହ୍ୱତ କାର୍ଯ୍ୟକ୍ରମ ଅନ୍ତରାଜ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏକମାସ ମଧ୍ୟରେ ସମାଧାନର ଆଶ୍ୱାସନା ପାଇ ଧାରଣାରୁ ନିବୃତ ହୋଇ ପଞ୍ଚାୟତ କାର୍ଯ୍ୟରେ ଯୋଗଦେବାର ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୭ତାରିଖ ଶାମାଖୁଣ୍ଟା ବ୍ଲକରେ ହେବାକୁ ଥିବା ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଶାମାଖୁଣ୍ଟା ବ୍ଲକ ସରପଞ୍ଚ ସଂଘ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କାରଣ ୧୫ଦଫା ଦାବୀ ମଧ୍ୟରୁ ଆମ ଓଡିଶା ନବୀନ ଓଡିଶା ଗୋଟିଏ ଦଫା ଅଟେ । ଏହି କାର୍ଯ୍ୟକ୍ରମ ବିନା ପଲ୍ଲୀ ସଭା, ବିନା ଗ୍ରାମସଭାରେ ହେଉଥିବାରୁ ଶାମାଖୁଣ୍ଟା ବ୍ଲକ ସରପଞ୍ଚ ସଂଘ ଉକ୍ତ ସଭାକୁ ବର୍ଜନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶାମାଖୁଣ୍ଟା ସରପଞ୍ଚ ସୁକାନ୍ତି ସିଂ, ବାଲଡିହା ସରପଞ୍ଚ ଶକୁନ୍ତଳା ବିଶ୍ୱାଳ, ସଭାପତି ଲମ୍ବୋଦର ସିଂ, ସମ୍ପାଦକ ପଞ୍ଚୁ ସିଂ, ରଙ୍ଗାମାଟିଆ ସରପଞ୍ଚ ରୋହିଦାସ ସିଂ, ଭାଲୁରୀ ସରପଞ୍ଚପଦ୍ମାବଦୀ ହାଁସଦାଃ, କଚିଲାଘାଟି ସରପଞ୍ଚ ମମତା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।