ବାରିପଦା : ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ରୋଭର ରେଞ୍ଜର ବିଭାଗ ପକ୍ଷରୁ ବିଶ୍ୱ ହାତ ସଫେଇ ଦିବସ ପାଳନ ହୋଇଯାଇଛି । ଏଥିରେ ନୂଆଦିଲ୍ଲୀ ଏନ୍.ଟି.ପି.ସି. ଅତିରିକତ ସାଧାରଣ ସଞ୍ଚାଳକ ଡଃ ବସନ୍ତ କୁମାର ବେହେରା ଛାତ୍ର-ଛାତ୍ରୀ ମାନଙ୍କୁ “ସୁମନ କେ” ଫରମୁଲା ଦ୍ୱାରା ହାତ ଧୋଇବାର ଛଅ ପ୍ରକାରର କୌଶଳ ବତାଇଥିଲେ । ହାତ ସଫା ନ ରଖିଲେ କିପରି ଆପଣ ମାନେ ବଡ ବଡ ରୋଗକୁ ସ୍ୱାଗତ କରୁଛୁ ତାହା ମଧ୍ୟ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ପ୍ରାୟଃ ୫୦ ଛାତ୍ରଛାତ୍ରୀ ହ୍ୟାଣ୍ଡ ଓ୍ୟାସ୍ ପାଣି ନେଇ ପଥିକ ମାନଙ୍କ ହାତ ଧୋଇବାର ଛଅ ପ୍ରକାରର ଶୈଳି ବିଷୟରେ ବ୍ୟାବାହାରିକ ପଦ୍ଧତିରେ କାର୍ଯ୍ୟକାରି କରିଥିଲେ । ଏହି ଏକ ଦିବସିୟ ଶିବିରକୁ ରୋଭର ଲିଡର ଡଃ ଦୀପକ କୁମାର ବେହେରା ଓ ରେଞ୍ଜର ଲିଡର ସୁଶ୍ରୀ ରସ୍ମିତା ନାୟକ ଶାନ୍ତି ଶୃଙ୍ଖଳାରେ ପରିଚାଳିତ କରିଥିଲେ ।