Odisha news

ଗାନ୍ଧିଜୟନ୍ତୀ ଅବସରରେ ବିଜେଡି ବାରିପଦା ନଗର କମିଟି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

0

ବାରିପଦା  : ଗାନ୍ଧିଜୟନ୍ତୀ ଅବସରରେ ବିଜେଡି ବାରିପଦା ନଗର କମିଟି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକହିତକର ଯୋଜନା ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ଜନସମ୍ପର୍କ ପଦଯାତ୍ରାର ଉଦେ୍ଦଶ୍ୟ । ବାରିପଦା ପୌରାଞ୍ଚଳରେ ଏହା ଆଜିଠାରୁ ଆରମ୍ଭ ହୋଇ ଆକ୍ଟୋବର ୧୩ତାରିଖ ଯାଏଁ ଚାଲିବା ପାଇଁ ନିଷ୍ପତ୍ତି ନିଆଯାଇଅଛି । ଆଜି ସ୍ଥାନୀୟ ବିଜେଡି କାର୍ଯ୍ୟାଳୟ ସ୍ଥିତ ବିଜୁ ଭବନ ଠାରୁ ଏହା ଆରମ୍ଭ ହୋଇ ଗାନ୍ଧିପାର୍କ ଠାରେ ସମାପ୍ତ ହୋଇଥିଲା । ଏହି ଅବସରରେ ବିଜୁ ଜନତା ଦଳର ଶତାଧିକ କର୍ମୀ ବିଜୁ ଭବନ ଠାରୁ ବାହାରି ବିଜୁ ଗୋଲେଇ ନିକଟରେ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମଲ୍ୟାର୍ପଣ କରି ଗାନ୍ଧିପାର୍କ ଠାରେ ପହଞ୍ଚିଥିଲେ । ସେଠାରେ ସମସ୍ତ ବରିଷ୍ଠ ନେତୃମଣ୍ଡଳୀ, କାର୍ଯ୍ୟକର୍ତ୍ତା ଓ କର୍ମୀଗଣ ଜାତିର ପିତା ମହାତ୍ମାଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ, କସ୍ତୁରବାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ୩ତାରିଖ ଠାରୁ ପ୍ରତ୍ୟେକ ୱାର୍ଡ ସ୍ତରରେ ଏହି ଶୋଭାଯାତ୍ରା କରାଯିବାର ସ୍ଥିରିକୃତ ହୋଇଅଛି । ପରବର୍ତ୍ତୀ ସମୟରେ ପୌରାଞ୍ଚଳ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ସଫେଇ କାର୍ଯ୍ୟକ୍ରମ ସହିତ ପ୍ରଶିକ୍ଷିଣ ଶିବିର ଅନୁଷ୍ଠିତ ହେବ । ଏହି ଶୋଭାଯାତ୍ରା ଅବସରରେ ଆସନ୍ତା ଅକ୍ଟୋବର ୯ତାରିଖ ଦିନ ଉକôଳମଣୀ ଗୋପବନ୍ଧୁ ଦାସ ଏବଂ ୧୧ତାରିଖ ଦିନ ଲୋକନାୟକ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀ ମଧ୍ୟ ବିଜୁ ଜନଦା ଦଳ ପକ୍ଷରୁ ପାଳନ କରାଯିବ ବୋଲି ପ୍ରକାଶ କରାଯାଇଛି । ବାରିପଦା ପୌରାପାଳିକାର ନଗରପାଳ ତଥା ନଗର କମିଟି ସଭାପତି କୃଷ୍ଣାନନ୍ଦ ମହାନ୍ତିଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଥିବା ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ବିଭାଗର ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦାଃ, ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡାଃ ଦେବାଶିଷ ମାରାଣ୍ଡି, ଉପନଗରପାଳ ସୀମା ଦାସ, ଜିଲ୍ଲା ମହିଳା ସଭାନେତ୍ରୀ ଦିପ୍ତୀ ମିଶ୍ର, ଯୁବସଭାପତି ଅରୁଣ ବରାଡ, ଛାତ୍ର ସଭାପତି ସୁନୀଲ ନାୟକ, ବାରିପଦା ବିଧାନସଭା ସଂଯୋଜକ ପ୍ରଭାତ ନାୟକ, ଜିଲ୍ଲା ଯୋଜନା ବୋର୍ଡର ସ୍ୱତନ୍ତ୍ର ସଦସ୍ୟ ଜିତେନ୍ଦ୍ର ମହାନ୍ତ, ଜୋନାଲ ମହିଳା ସଭାନେତ୍ରୀ ବୀଣାପାଣି ସାହୁ ଓ ବାରିପଦା ପୌରାପାଳିକାର ସମସ୍ତ କାଉନ୍ସିଲର ବୃନ୍ଦ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Leave A Reply