Odisha news

ଜିଲ୍ଲା ବିଜେପିର ବୁଥ ସଶକ୍ତିକରଣ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ

0

ବାରିପଦା  : ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ସଭାପତି କାନ୍ଦ୍ରା ସୋରେନଙ୍କ ସଭାପତିତ୍ୱରେ ଏକ ବୁଥ ସଶକ୍ତିକରଣ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ସହିତ ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡସାହି ବିଧାୟକ ସନାତନ ବିଜୁଳି, ଉଦଳା ବିଧାୟକ ଭାସ୍କର ମଢେଇ, ସାରସକଣା ବିଧାୟକ ବୁଢାନ ମୁର୍ମୁ, ଉଦଳା ଚେୟାରମ୍ୟାନ ପ୍ରମିଳା ପଣ୍ଡା, ସୁଜାତା ମୁର୍ମୁ ଓ ପୁରୁଷତ୍ତୋମ ନାଏକ ପ୍ରମୁଖ ମଞ୍ଚାସୀନ ଅତିଥି ମାନେ ବୁଥ ସଶକ୍ତିକରଣ ଅଭିଯାନ ଉପରେ ଗୁରୁତ୍ୱ ଦେଇ ଆଗାମୀ ୨୦୨୪ ନିର୍ବାଚନ ପୂର୍ବରୁ ସଂଗଠନକୁ ମଜବୁତ କରିବାର ରଣନୀତି ପ୍ରସ୍ତୁତ କରିଥିଲେ । ସମସ୍ତ କମିଟିର ସତ୍ୟାପନ କରି ବିଏଲଏ-୨ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରବୀନ ପାତ୍ର ଅତିଥିଙ୍କୁ ଆମନ୍ତ୍ରଣ କରିଥିବାବେଳେ ସାଧାରଣ ସମ୍ପାଦକ ଇଂ ବିଜୟ କୁମାର ଦାସ ପରିଚୟ କରିବା ସହିତ ସଭା ପରିଚାଳନା କରିଥିଲେ । ଜିଲ୍ଲା ସମ୍ପାଦିକା ମମତା ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣକୃଷ୍ଣ ବେରା, ପ୍ରଦିପ ମହାନ୍ତି, ପ୍ରଦିପ ପରିଡା, କବିବିଷ୍ଣୁ ଶତପଥି, ଦୋଳଗୋବିନ୍ଦ ବେହେରା, ଶୋଭାବତୀ ଓତା, ସୁମନ ସିଂ, ବଳରାମ ସାହୁ, ସରୋଜିନୀ କିସ୍କୁ, ମମତା ସାହୁ ଓ କାଳୀଚରଣ ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିବା ସହିତ ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତ ଥିଲେ ।

Leave A Reply