Odisha news

୨୦୨୨ ମୁଣ୍ଡାରୀ ବାନି ପରୀକ୍ଷା ଫଳ ପ୍ରକାଶିତ

0

ବାରିପଦା  : କେନ୍ଦ୍ରୀୟ ମୁଣ୍ଡାରୀ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ୨୦୨୨ ବର୍ଷର ମୁଣ୍ଡାରୀବାନି ପରୀକ୍ଷା ଜୁନ ୪ତାରିଖ ଅନୁଷ୍ଠିତ ହୋଇଥିଲା ଏବଂ ଏହାର ପରୀକ୍ଷା ଫଳ ଚଳିତମାସ ୨୩ତାରିଖ ପ୍ରକାଶିତ ହୋଇଯାଇଛି । ଓଡିଶା, ପଶ୍ଚିମବଙ୍ଗ ଓ ଝାରଖଣ୍ଡ ରାଜ୍ୟର ୧୫୮୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଓ ସମସ୍ତେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷା ଫଳ ଘୋଷଣା ସମୟରେ ଉପସ୍ଥିତ ଥିଲେ ବୋର୍ଡର ଚେୟାରମ୍ୟାନ୍ ତଥା ଭାରତ ମୁଣ୍ଡା ସମାଜର ଓଡିଶା ରାଜ୍ୟସଭାପତି ରବିନ୍ଦ୍ର ନାଥ ସିଂ, ପରୀକ୍ଷା ନିୟନ୍ତ୍ରକ ଗୋବର୍ଦ୍ଧନ ସିଂ, କେନ୍ଦ୍ରୀୟ ସାଧାରଣ ସମ୍ପାଦକ ନାଥ ସିଂ, ସମ୍ପାଦକ ବାଇଧର ସିଂ, ଶିକ୍ଷା ସମ୍ପାଦକ ବିଜୟ କୁମାର ସିଂ, ଉପଦେଷ୍ଟା ମନୋଜ କୁମାର ମୁଣ୍ଡା, ଉପସଭାପତି ସୁନାରାମ ସିଂଙ୍କ ସମେତ ଚନ୍ଦ୍ରମୋହନ ମୁଣ୍ଡାରୀ, ମୁଣ୍ଡାରୀବାନି ଶିକ୍ଷକ ବସନ୍ତ କୁମାର ସିଂ, ସୁକଦେବ ସିଂ, ରଘୁନାଥ ସିଂ ଓ ରୋହିଦାସ ସିଂ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ବୃଦ୍ଧି ସାଙ୍ଗକୁ ଗୁଣାତ୍ମକ ଅଭିବୃଦ୍ଧି ପାଇଁ ଗୁରୁତ୍ୱ ଦିଆଯାଇଛି । ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶ ପାଇଁ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।

Nalco
Leave A Reply