Odisha news

ଜେଏମଏମ ଜିଲ୍ଲା କମିଟିର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷତି

0

ବାରିପଦା  : ମୟୂରଭଞ୍ଜ ପୂର୍ବ ଜିଲ୍ଲା କମିଟିର କର୍ମୀ ସମ୍ମିଳନି ଏବଂ ଜିଲ୍ଲା କମିଟିକୁ ସଂପ୍ରସାରଣ କରାଯିବା ସହ ଜେଏମଏମ ଜିଲ୍ଲା କମିଟିକୁ ସୁଦୃଢ କରିବା ପାଇଁ ଏକ ଆଲୋଚନା କରାଯାଇଥିଲା । ଏଥିରେ ଜିଲ୍ଲା କମିଟିର ନୂତନ ସଦସ୍ୟକୁ ସଂଯୋଗ କରାଯାଇଛି । ପୂର୍ବ ଜିଲ୍ଲା କମିଟିର ସଭାପତି ବାବୁଲାଲ ମୁର୍ମୁଙ୍କ ନେତୃତ୍ୱରେ ବାରିପଦା ଛଉ ପଡିଆ ଠାରେ ପୂର୍ବ ମୟୂରଭଞ୍ଜର ଚାରୋଟି ବିଧାନସଭାର ଆଗଧାଡିର ସମସ୍ତ ସକ୍ରିୟ କର୍ମୀ ଏବଂ ପଦାଧିକାରୀ ଅଂଶଗ୍ରହଣ କରିଥିଲେ । ଏଥିରେ ୨୦୨୪ର ସାଧାରଣ ନିର୍ବାଚନ ସମ୍ବନ୍ଧରେ ଆଲୋଚନା କରାଯିବା ସହ ଏଥିରେ ମୋରଡା ବ୍ଲକରୁ ଉପସଭାପତି ଭାଗିରଥି ମୁର୍ମୁ, ସହସମ୍ପାଦକ ରବିନ୍ଦ୍ର ମାର୍ଣ୍ଡି, ସଦସ୍ୟ ରାଜେଶ ମାର୍ଣ୍ଡି, ଗୁଆଧର ମାର୍ଣ୍ଡି, କୁଳିଅଣା ବ୍ଲକରୁ ଉପସଭାପତି ମୋହନ ସୋରେନ, ସହସମ୍ପାଦକ ନାଗା ହେମ୍ବ୍ରମ, ସଦସ୍ୟ ବିବେକାନନ୍ଦ ମହାନ୍ତ, ବୈଦନାଥ ଟୁଡୁ । ବାଙ୍ଗିରିପୋଷିରୁ ଉପସଭାପତି ଗଣେଶ୍ୱର ମୁର୍ମୁ, ସହସମ୍ପାଦକ ମଧୁସୁଦନ ଟୁଡୁ, ସଦସ୍ୟ ମନଜ କୁମାର ମହାନ୍ତ, ରାମେଶ୍ୱର ସୋରେନ୍, ଲବ ହାଁସଦାଃ, ଉଦୟ ବାସ୍କେ, ଥିମୁ ହେମ୍ବ୍ରମ । ଶ୍ୟାମାଖୁଣ୍ଟାରୁ ଉପସଭାପତି ଠାକୁରା ସୋରେନ୍, ସହସମ୍ପାଦକ କେଦାର ସିଂ, ଖୁଣ୍ଟା ବ୍ଲକରୁ ଉପସଭାପତି କାମରାଜ ସୋରେନ, ସହସମ୍ପାଦକ ସଞ୍ଜୟ କିସ୍କୁ, ସଦସ୍ୟ ନବିନ ସୋରେନ, ପଦ୍ମଲୋଚନ ହାଁସଦାଃ, ବୀରୁ ହାଁସଦାଃ, ଶୁଳିଆପଦା ବ୍ଲକରୁ ଉପସଭାପତି ପ୍ରଭାତ କୁମାର ମହାନ୍ତ, ସହସମ୍ପାଦକ ବାକୁଲୁ ସୋରେନ୍, ସଦସ୍ୟ ନରେନ୍ଦ୍ର ଥୟାଲ, ରାବନ ମାର୍ଣ୍ଡି ଓ ତପନ କୁମାର ସିଂ କରାଗଲା । ଏହି ସଭାରେ ପୂର୍ବ ମୟୂରଭଞ୍ଜ ଜିଲ୍ଲା ସଭାପତି ବାବୁଲାଲ ମୁର୍ମୁ, ସମ୍ପାଦକ ପୁର୍ଥୁରାଜ ହାଁସଦାଃ, ସହସମ୍ପାଦକ କିଶୋର ହାଁସଦାଃ, ରାଜ୍ୟ ଉପସଭାପତି ଦିଲ୍ଲିପ ଦାସ, ରାଜ୍ୟ ମୁଖପାତ୍ର ଶିବାଜୀ ମୌଲିକ, ସକ୍ରିୟ ଜିଲ୍ଲା କମିଟି ସୁନାରାମ ସୋରେନ, ରାଇସେନ ମୁର୍ମୁ, ଦିବାକର ସୋରେନ, କାଜୁ ମୁର୍ମୁ, ଦିପକ ମହାନ୍ତ, ଧନନଞ୍ଜୟ ମହାନ୍ତ, ମୋରଡା ବ୍ଲକ ସଭାପତି ଗୁଡ୍ରା ମାର୍ଣ୍ଡି, ବାଙ୍ଗିରିପୋଷି ବ୍ଲକ ସଭାପତି ଶ୍ୟାମ ସୁନ୍ଦର ମୁର୍ମୁ, ସମ୍ପାଦକ ଶାମୁ ମୁର୍ମୁ ଓ ପୂର୍ବ ମୟୂରଭଞ୍ଜ ଜିଲ୍ଲା ଯୁବ ସଭାପତି ଆକାଶ ସିଂ ଏବଂ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Leave A Reply