Odisha news

।ଗଣେଶ ଚତୁର୍ଥ ରେ ମନ୍ଦିର ଓ ପୂଜା ମଣ୍ଡପ ପୂଜା ପାଉଛନ୍ତି ବିଘ୍ନରାଜ ଗଣେଶ

0
ବ୍ରହ୍ମପୁର :  ବ୍ରହ୍ମପୁର ସହର ରେ ଥିବା ହିଲପାଟଣା ସିଦ୍ଧି ବିନାୟକ ମନ୍ଦିର, ସାନବଜାର ଗଣେଶ ମନ୍ଦିର, ଲାଞ୍ଜୀପଲ୍ଲି ଗଣେଶ ମନ୍ଦିର ସମେତ ସହର ର ଖଲ୍ଲୀକୋଟ କଲେଜ, ଶଶି ଭୂଷଣ ରଥ ମହିଳା ମହାବିଦ୍ୟାଳୟ, ମହାମାୟୀ ମହିଳା ମହାବିଦ୍ୟାଳୟ ସମେତ ସାହି ଗଳି କନ୍ଦିରେ  ଗଣେଶ ପୂଜା ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ବିଘ୍ନ ବିନାଶକ ଙ୍କ ଗଣେଶ ପୂଜା ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ  ଅନୁଷ୍ଠିତ ହୋଇଯାଇଛି । ହିଲପାଟଣା ସ୍ଥିତ ଗଣେଶ ମନ୍ଦିର ରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଗତି କଲି ଠାରୁ ସମସ୍ତ ପୂଜା ମଣ୍ଡପ ଗୁଡିକ ରେ ବିଭିନ୍ନ ତୋରଣ ଆଲୋକ ମାଳ ରେ ସହର ଝଲସୁଛି। ଆଜି ପ୍ରାତଃ ପ୍ରାୟ ସାଢେ ତିନିଟା ଠାରୁ
ମନ୍ଦିର ରେ ସ୍ନାନ ମହା ସ୍ନାନ ପରେ ଆରତି ପୂଜା ଅର୍ଚ୍ଚନା ସକାଳ ଧୁପ ପରେ ଭକ୍ତଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ ଲାଗି ଥିଲା। ବିଧାୟକ ବିକ୍ରମ କୁମାର ପଣ୍ଡା , ସଞ୍ଜିତ ପାଣିଗ୍ରାହୀ,ପୂର୍ବ ତନ ମେୟର ଶିବଶଙ୍କର ଦାସ,କମିଶନର ଜେ ସୋନାଲ ଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ  ରତ୍ନାକର ସାବତ, ସୁରେନ୍ଦ୍ର ଚୌଧୁରୀ, ସୁଶାନ୍ତ କୁମାର ସାବତ, ଅଶୋକ ସାହୁ, ବଳରାମ ପଣ୍ଡା,ଲଳିତ ମୋହନ ମହାପାତ୍ର,  ରଘୁପ୍ରସାଦ ପାଣିଗ୍ରାହୀ, ଦେବୀ ପ୍ରସାଦ ସାମନ୍ତରାୟ, ମନୋରଞ୍ଜନ ପାତ୍ର, ଦୁଖୀ ଶ୍ୟାମ ରାଉତ ସମେତ ବହୁ ସମାଜ ସେବୀ ଯୋଗ ଦେଇ ପରିଚାଳନା ରେ ସହଯୋଗ କରିଥିଲେ।
ସେହିପରି ନୀଳକଣ୍ଠେଶ୍ବର ୱେଲଫର କ୍ଳବ ପକ୍ଷରୁ ମଧ୍ୟ ମହାଆଡ଼ମ୍ବର ରେ ପାଳିତ ହୋଇଯାଇଛି। କୋଷାଧ୍ୟକ୍ଷ ବିଦ୍ୟା ଧର ପାଢୀ, ସନ୍ତୋଷ କୁମାର ବେହେରା,ଉପ ସଭାପତି ଦିଲ୍ଲିପ ପାଢୀ,ରାଜିଲ ସାହୁ, ଅଶ୍ବନି ପଟ୍ଟନାୟକ,ନୂତନ ଚକ୍ରବର୍ତ୍ତୀଙ୍କ ସମେତ ବହୁ କର୍ମ କର୍ତ୍ତା ଯୋଗ ଦେଇଥିଲେ।

Leave A Reply