Odisha news

ପିସିପୁର ସ୍କୁଲରେ ପୂଜା ପାଇଲେ ଆଶିଷଙ୍କ ହାତ ତିଆରି ଗଣେଶ ମୂର୍ତ୍ତି

0

ବାରିପଦା : ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଆଶିଷ ବିଶ୍ୱାଳଙ୍କ ହାତ ତିଆରି ଗଣେଶ ମୂର୍ତ୍ତି ପୂଜା ପାଇଲେ ଓ ପୂର୍ବବର୍ଷ ପରି ଏ ବର୍ଷ ମଧ୍ୟ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଓ ନିମନ୍ତ୍ରିତ ଅତିଥି ଆଶିଷର ଏହି କଳାକୃତି ପାଇଁ ବେଶ ପ୍ରଶଂସା କରିଛନ୍ତି । ଜଣେ ଚିତ୍ରଶିଳ୍ପୀ ଭାବେ ସେ ବହୁବାର ଜିଲ୍ଲା, ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି ଓ ବର୍ତ୍ତମାନ ସେ ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ ରହି ପାଠ ପଢୁଥିଲେ ହେଁ ତାଙ୍କର ଅତୀତ ଅତି ଦୁଃଖରେ କଟିଛି ଓ ଉଦଳାର କୁଣ୍ଡାବାଇ ନିକଟସ୍ଥ ବଳଭଦ୍ରପୁର ଗ୍ରାମରେ ପିତା ଚନ୍ଦ୍ରମଣି ବିଶ୍ୱାଳ ଓ ମାତା ମାଳତୀ ବିଶ୍ୱାଳଙ୍କ ଔରସରୁ ଜନ୍ମିତ ଆଶିଷ ମାତ୍ର ଚାରି ବର୍ଷ ବୟସରେ ନିଜ ମା’ଙ୍କୁ ହରାଇଥିଲେ । ଦିନମଜୁରୀ କରି ବାପା ମା’ ଛେଉଣ୍ଡ ଦୁଇ ପୁଅ ଓ ଗୋଟିଏ ଝିଅର ପ୍ରତିପୋଷଣ କରିଥିଲେ ଓ ଦୁଇ ଭାଇ ଭଉଣୀର ଯନô ନେବାପାଇଁ ଦ୍ୱିତୀୟ ଶ୍ରେଣୀରୁ ପାଠପଢା ଛାଡି ଏଣେତେଣେ ବୁଲୁଥାଏ ସେ । ଏହି ସମୟରେ ଜୁଆଳିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଲିପିକା ପଟ୍ଟନାୟକ ତାକୁ ନେଇ ସେହି ସ୍କୁଲ ପରିସରରେ ଥିବା ହଷ୍ଟେଲରେ ରଖି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାର ବ୍ୟବସ୍ଥା କରି ତାର ଜୀବନର ଗତିପଥକୁ ବଦଳାଇ ଦେଇଥିଲେ ଓ ପରବର୍ତ୍ତୀ ସମୟରେ ପୂର୍ଣ୍ଣଚନ୍ଦ୍ରପୁର ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ସିଂହଙ୍କ ସହ ଯୋଗାଯୋଗ କରି ସେହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ । ପାଠପଢା ସହ ବିଦ୍ୟାଳୟର କଳା ଶିକ୍ଷକ ମହେଶ୍ୱର ମାର୍ଣ୍ଡିଙ୍କ ପ୍ରେରଣାରେ ଆଜି ସେ ବିଦ୍ୟାଳୟ ତଥା ଜିଲ୍ଲା ପାଇଁ ସୁନାମ ଆଣିପାରିଛନ୍ତି । ମାତ୍ର ଏହି ବିଦ୍ୟାଳୟରେ ତାର ମଧ୍ୟ ଶେଷ ବର୍ଷ । ଏହାପରେ ପରବର୍ତ୍ତୀ ଶିକ୍ଷା ଓ ପ୍ରଶିକ୍ଷଣ କିପରି ପ୍ରଦାନ କରାଯିବ ସେଥିପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସିଂହ ଚିନ୍ତାପ୍ରକଟ କରୁଥିବାବେଳେ ଆଜି ପୂଜାକୁ ଅତିଥି ଭାବେ ଆସିଥିବା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ବଲ୍ଲଭ ଚରଣ ସାହୁଙ୍କ ସୁପୁତ୍ର ସୁଜିତ କୁମାର ସାହୁ ଭବିଷ୍ୟତରେ ତାର ଶିକ୍ଷାଦୀକ୍ଷାର ଭାର ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଆଶିଷର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ସେ ନିଶ୍ଚିତ ଭାବରେ ଜଣେ ଉଚ୍ଚକୋଟିର ଚିତ୍ର ତଥା ମୃତ୍ତିକା ହୋଇପାରିବ ବୋଲି ପ୍ରଧାନଶିକ୍ଷକ ଆଶାପୋଷଣ କରିଛନ୍ତି ।

Leave A Reply