Odisha news

ମୟୂରଭଞ୍ଜରେ ନୂତନ ଭାବରେ ନିଯୁକ୍ତ ହେଲେ ୧୦ ଜଣ ଓଡିଶା ଶିକ୍ଷା ସେବା ଅଧିକାରୀ

0

ବାରିପଦା  : ସମଗ୍ର ଶିକ୍ଷା, ମୟୂରଭଞ୍ଜ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ନବ କିଶୋର ଗିରିଙ୍କ ଅଧକ୍ଷତାରେ ଶିକ୍ଷା ସମ୍ବନ୍ଧୀୟ ଏକ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ସମସ୍ତ ବ୍ଲକର ଗୋଷ୍ଠୀ ଶିକ୍ଷାଧିକାରୀ ମାନେ ଯୋଗଦାନ କରିଥିବା ସ୍ଥଳେ ନୂତନ ଭାବରେ ନିଯୁକ୍ତି ପାଇଥିବା ୧୦ଜଣ ଓଡିଶା ଶିକ୍ଷା ସେବା ଅଧିକାରୀ ଉପସ୍ଥିତ ଥିଲେ । କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ ନୂତନ ଭାବରେ ନିଯୁକ୍ତି ପାଇଥିବା ଓଡିଶା ଶିକ୍ଷା ସେବା ଅଧିକାରୀଙ୍କୁ ଫୁଲ ତୋଡା ଦେଇ ସ୍ୱାଗତ କରିବା ସହିତ ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ନୂତନ ଭାବରେ ନିଯୁକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ସହିତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଓ ଦୀପ୍ତି ନାୟକ ଗ୍ରୀଷ୍ମ କାଳୀନ ଅବକାଶ ପରେ ଖୋଲା ହୋଇଥିବା ବିଦ୍ୟାଳୟର ପରିଷ୍କାର ପରିଚ୍ଛନତା, ଛାତ୍ରଛାତ୍ରୀ ମାନଙ୍କର ନିୟମିତ ଉପସ୍ଥାନ, ମଧ୍ୟାହ୍ନ ଭୋଜନ, ଇ–ଲାଇବ୍ରେରୀ, ବିଜ୍ଞାନଗାର, ବିଦୁ୍ୟତ୍ ସଂଯୋଗ, ପିଇବା ପାଣି, ଶୌଚାଳୟ, ପୁସ୍ତକ ଓ ସଠିକ ସମୟରେ ନୂତନ ପୋଷାକ ବିତରଣ ଇତ୍ୟାଦିର ତଦାରଖ କରିବା ସହ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । ନୂତନ ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୂପେ ନିଯୁକ୍ତ ପାଇଥିବା ଓଡିଶା ଶିକ୍ଷା ସେବା ଅଧିକାରୀ ବହଲଦାର ଶୁଭଶ୍ରୀ ସିଂ, ବଡସାହିର ମଧୁତା ଗିରି, ଖୁଣ୍ଟାର ଘନଶ୍ୟାମ ମୁର୍ମୁ, ତିରିଙ୍ଗର ଜଗ୍ନେଶ୍ୱର ଜେନା ଓ ଉଦଳାର ନିତୀଶ କୁମାର ଘୋଷ ତଥା ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତି ପାଇଥିବା ଗଚକ ବାଳିକା ଉଚ୍ଚ ବିଦ୍ୟାଳୟର ତାପସ କୁମାର ନାଏକ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଉଦଳାର ଅନୁଜା ମାଧୁରୀ ଦାସ, କରଞ୍ଜିଆ ଉଚ୍ଚ ବିଦ୍ୟାଳୟର ଚତୁର୍ଭୂଜ ବାରିକ, ରାଇରଙ୍ଗପୁର ବାଳିକା ଉଚ୍ଚ ବିଦ୍ୟାଳୟର ଋଷିପ୍ରଭା ମହାଞ୍ଜ, ବହଳଦା ଉଚ୍ଚ ବିଦ୍ୟାଳୟର ମନୋରଞ୍ଜନ ଗିରିଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଉପସ୍ଥିତ ସମସ୍ତ ପଦାଧିକାରୀଙ୍କ ସହିତ ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଆଦିବାସୀ ଓ ବାଳିକା ଶିକ୍ଷା ସଂଯୋଜକ ସପନ କୁମାର ପୃଷ୍ଟି, ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ, ସାଥ–ଇ ଓ ଅକ୍ଷରା ଫାଉଣ୍ଡେସନର ଅଧିକାରୀ ବୃନ୍ଦ ରଖିଥିଲେ ।

Leave A Reply