Odisha news

ଗ୍ରୀନ୍ ଏଜି ପ୍ରୋଜେକ୍ଟର ଜିଲ୍ଲାସ୍ତରୀୟ ଟେକନିକାଲ ସପୋର୍ଟ ଗ୍ରୁପର ଚତୁର୍ଥ ଅଧିବେଶନ ଅନୁଷ୍ଠିତ

0

ବାରିପଦା : ଓଡ଼ିଶା ସରକାରଙ୍କ କୃଷି ବିଭାଗ ଅଧିନରେ ଫୁଡ୍ ଏଣ୍ଡ ଏଗ୍ରିକଲଚର ଓ ଗ୍ଲୋବାଲ ଏନଭାଇରନମେଣ୍ଟ ଫେସିଲିଟି ସହାୟତାରେ କାର୍ଯ୍ୟକାରୀ ହେଉଥିବା ‘ଗ୍ରୀନ ଏଜି ପ୍ରୋଜେକ୍ଟ’ର ଜିଲ୍ଲାସ୍ତରୀୟ ଟେକନିକାଲ ସପୋର୍ଟ ଗ୍ରୁପର ଚତୁର୍ଥ ଅଧିବେଶନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଫେସିଲିଟେସନ ସେଣ୍ଟର ଠାରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ହେମନ୍ତ କୁମାର ପଣ୍ଡା, ନିଦେ୍ର୍ଦଶକ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ତଥା ରାଜ୍ୟ ନୋଡାଲ ଅଧିକାରୀ, ଗ୍ରୀନ-ଏଜି, ପ୍ରକଳ୍ପ, ଓଡିଶା ଭୂବନେଶ୍ୱର, ମୟୂରଭଞ୍ଜ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦୌଲତ ଚନ୍ଦ୍ରକାର, ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମଚନ୍ଦ୍ର ସୋରେନ୍ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ଜଳ ବିଭୀଜିକା ପ୍ରକଳ୍ପ ନିର୍ଦେଶକ ଭବାନୀ ଶଙ୍କର କାଲୋ ସ୍ୱାଗତ ଭାଷଣ ପ୍ରଦାନ କରି ସମସ୍ତଙ୍କୁ ସ୍ୱାଗତ କରିବା ସହ ଶିମିଳିପାଳ ଜୈବମଣ୍ଡଳର ସୁରକ୍ଷା ତଥା ବିଶ୍ୱ ପର୍ଯ୍ୟାବରଣ ହିତସାଧନ, ମହତ୍ତ୍ୱପୂର୍ଣ୍ଣ ଜୈବବିବିଧତା ଓ ବନ ସଂରକ୍ଷଣ ନିମନ୍ତେ ଭାରତୀୟ କୃଷି ପଦ୍ଧତିରେ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ । ପ୍ରଥମ ପର୍ଯ୍ୟାୟରେ କପ୍ତିପଦା, ଉଦଳା, ଶାମାଖୁଣ୍ଟା, ଯଶିପୁର, କରଞ୍ଜିଆ ଓ ଠାକୁରମୁଣ୍ଡା ବ୍ଲକର ୬୬ଗୋଟି ଗ୍ରାମ କୁ ଚିହ୍ନଟ କରାଯାଇ ୧୧,୯୧୧ ପରିବାରର ସମୁଦାୟ ୩୭,୮୯୩ ଆଦିବାସୀ ଜନସମୁଦାୟ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବା ଉପରେ ଅବଗତ କରାଇ ଥିଲେ । ପ୍ରକଳ୍ପର ଜିଲ୍ଲାସ୍ତରୀୟ ଜିଏଲଆଇୟୁ ଟିମ୍ ଲିଡର ଅମରଜିତ ମିଶ୍ର ପ୍ରକଳ୍ପର ଅଗ୍ରଗତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ୬୬ଗୋଟି ଗ୍ରାମ୍ୟ କର୍ଯ୍ୟକାରିଣୀ କମିଟି ଗଠନ ବିଷୟରେ ଅବଗତ କରାଯାଇଥିଲା । ବାର୍ଷିକବ୍ୟୟ ବରାଦ ୧,୬୬,୫୦,୦୦୦/- କୁ ଅନୁମୋଦନ କରାଯାଇ ବିଶେଷ କରି ଅସମ୍ପୂର୍ଣ ପ୍ରକଳ୍ପ କିମ୍ବା ଆବଶ୍ୟକ କରୁଥିବା ପ୍ରକଳ୍ପ କୁ ଏଥିରୁ ସହାୟତା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ବିଭାଗର ସାମନ୍ୱୟରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ବିଷୟରେ ବୈଠକରେ ସମୀକ୍ଷା କରାଯାଇଥିଲା ଏବଂ ଆଗାମୀ ବର୍ଷ ୨୦୨୩-୨୪ରେ ହେବାକୁ ଥିବା ଯୋଜନାଗୁଡିକୁ ଅଧିକ କର୍ଯ୍ୟ କ୍ଷମ କରିବାକୁ ଓ ନୂତନ ପ୍ରକଳ୍ପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ସାହୁ, ଉଦ୍ୟାନ କୃଷି ଉପନିର୍ଦେଶକ ରମାକାନ୍ତ ଗିରିଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍ମୃତି ରଞ୍ଜନ ଦଣ୍ଡପାଟ ଏଫଏଫଏସ୍ ଏକ୍ସପର୍ଟ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco
Leave A Reply