Odisha news

ଏପ୍ରିଲ୍ ୧୪ ରୁ ୧୮ ବାରିପଦାରେ ପାଳିତ ହେବ ବଳାଙ୍ଗୀ ମହୋତ୍ସବ

0

ବାରିପଦା  : ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷ ଠାରେ ଏକବିଂଶ ତମ ବଳାଙ୍ଗୀ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଆସନ୍ତା ଏପ୍ରିଲ୍ ୧୪ ରୁ ୧୮ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ବୁଢାବଳଙ୍ଗ, ଚିପଟ ଓ ଇଟାଯୋଡି ନଦୀର ସଙ୍ଗମ ସ୍ଥଳରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବ ନିମନ୍ତେ ଆୟୋଜିତ ପ୍ରସ୍ତୁତି ବୈଠକରେ ବରିଷ୍ଠ ସାମ୍ବାଦିକ ଡଃ ବିଜୟ କୁମାର ଅଗ୍ରୱାଲ ସଭାପତିତ୍ୱ କରିଥିବାବେଳେ ମହୋତ୍ସବର ପ୍ରତିଷ୍ଠାତା ସମ୍ପାଦକ ଶରତଚନ୍ଦ୍ର ନାୟକ ବିଗତବର୍ଷ ମାନଙ୍କରେ ମହୋତ୍ସବ ଆୟୋଜନର ଅନୁଭୂତି ସମ୍ପର୍କର ବର୍ଣ୍ଣନା କରିବା ସହ ଚଳିତ ବର୍ଷର ମହୋତ୍ସବ ନିମନ୍ତେ ସମସ୍ତ ସକ୍ରିୟ ସଦସ୍ୟ ମନଯୋଗ ସହକାରେ କାର୍ଯ୍ୟ କରିବା ନିମନ୍ତେ ଆହ୍ୱାନ ଜଣାଇଥିଲେ । ବରିଷ୍ଠ ସଦସ୍ୟ ଶିକ୍ଷାବିତ୍ ନରେନ୍ଦ୍ର ମୋହନ ସେନାପତି ମୟୂରଭଞ୍ଜର କଳା, ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଶପଥ ନେବାକୁ ଆହ୍ୱାନ ଜଣାଇଥିଲେ । ଅନ୍ୟତମ ବରିଷ୍ଠ ସଦସ୍ୟ ପଦ୍ମନାଭ ସାହୁ, ଦୀପକ କୁମାର ନାୟକ, ଡାଃ କୈଳାଶ ଚନ୍ଦ୍ର ମହାନ୍ତି, ଶଶୀଧର ବିଶ୍ୱାଳ, ସୁନୀଲ ଜେନା, ମନୋଜ ଦଳବେହେରା, ଗୋପାଳ ଚନ୍ଦ୍ର ସାଓ ଓ ଅରବିନ୍ଦ ଦାସ ପ୍ରମୁଖ ନିଜର ଅଭିମତ ରଖିବା ସହ ମେଳା ଆୟୋଜନ ସୂଚାରୁ ଭାବେ କରାଯିବା ନିମନ୍ତେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଦସ୍ୟ ଉଦୟନାଥ ଜେନା, ଗୋଲକଚନ୍ଦ୍ର ମହାନ୍ତି, ରାଜୀବ ରଞ୍ଜନ ସେନାପତି, ହୃଶିକେଶ ଦାସ, ଇନ୍ଦୁମତି ମହାନ୍ତି, ଅଜିତ କୁମାର କବାଟ, ଦୀପ୍ତି ମିଶ୍ର, ଶିକ୍ଷକ ଅମିତାଭ ମିଶ୍ର, ସରୋଜ ନାୟକ, ପିତାମ୍ବର ମଲ୍ଲିକ, ଅକ୍ଷୟ ମହାନ୍ତି, ସଞ୍ଜିବ ସାହୁ, ଅଜୟ ପାଳ, ସୟଦ ସିରାଜୁଦ୍ଦିନ, ପଦ୍ମନାଭ ମହାପାତ୍ର, ଦିଲ୍ଲିପ କୁମାର ପାତ୍ର, କୁମାରେଶ ନାୟକ, ମିଥୁନ ବାରିକ, କିଶୋର ମହାନ୍ତି, ଜ୍ୟୋତିପ୍ରକାଶ ନାଏକ, ବିଭୁପ୍ରସାଦ ବେହେରା, ଜୟ ପ୍ରକାଶ ସିଂହ, ରିଙ୍କୁ ଗିରି ଏବଂ ଅନ୍ୟାନ୍ୟ ବହୁ ସଦସ୍ୟ ଏହି ପ୍ରସ୍ତୁତି ବୈଠକରେ ଅଂଶଗ୍ରହଣ କରିଥିଲେ । ତେବେ ଆଗାମୀ ରବିବାର ଦିନ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

Nalco
Leave A Reply