କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲବାହାଳି ଠାରେ ଏକ ଜୋନ୍ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବେଲବାହାଳି ଜୋନ୍ ର ସକ୍ରିୟ ସଦସ୍ୟ ଏକାଦଶୀ ସାହୁଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କଂଗ୍ରେସ ବିଧାୟକ ତଥା ପୁର୍ବତନ ପିସିସି ସଭାପତି ଜୟଦେବ ଜେନା , ଯୁବ କଂଗ୍ରେସ ନେତା ମନୋଜ ଜେନା ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇ ଆଗାମୀ ନିର୍ବାଚନରେ ଦଳ କିପରି ଅଧିକ ମଜବୁତ ହୋଇ କ୍ଷମତାକୁ ଫେରିବ ସେଥି ନେଇ ବିଚାର ବିମର୍ଶ କରିବା ସହ କର୍ମୀମାନଙ୍କୁ ଏକଜୁଟ୍ ହେବାକୁ ଆହ୍ବାନ ଦିଆ ଦେଇଥିଲେ।କେନ୍ଦ୍ର ସରକାର ରାହୁଲ ଗାନ୍ଧିଙ୍କ ସଦସ୍ଯତା ପଦ ରଦ୍ଦ କରିବା ଭଳି ଘୃଣ୍ଯ କାର୍ଯ୍ଯରେ ଲିପ୍ତ ରହି ସଂସଦର ଗାରିମା ଭଙ୍ଗ ସହ ଗଣତନ୍ତ୍ରକୁ ହତ୍ଯା କରିଥିବା ନେଇ ଶ୍ରୀ ଜେନା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ।ଏହି କର୍ମି ସମ୍ମିଳନୀରେ ରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ କର୍ମୀ ଯୋଗଦେଇ ନିଜର ଆଭିମୂଖ୍ଯ ସ୍ପଷ୍ଟ କରିଥିଲେ ।
