ବାରିପଦା : ରବିବାର ମୟୂରଭଞ୍ଜ ଜିଲ୍ଲାର ବିଜେଡି ପର୍ଯ୍ୟବେକ୍ଷକ ତଥା ବିଜୁଜନତା ଦଳର ସାଙ୍ଗଠନିକ ସମ୍ପାଦକ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବାରିପଦା ଗସ୍ତରେ ଆସି ଦଳର ବିଭିନ୍ନ ବରିଷ୍ଠ ନେତୃବୃନ୍ଦ ମାନଙ୍କ ସହ ଆଲୋଚନା ତଥା ବାରିପଦା ସହରର ବୁଦ୍ଧିଜିବୀ ମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପୂର୍ବତନ ଓଡିଶା ପ୍ରଶାସନିକ ଅଧିକାରୀ ତଥା ସମାଜସେବୀ ଶିବ ପ୍ରସାଦ ସିଂ ବିଧିବଦ୍ଧ ଭାବେ ବିଜୁଜନତା ଦଳରେ ଯୋଗଦେଇଥିଲେ ।
ଏହି ସମୟରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ଓଡିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ପୂର୍ବତନ ବିଧାୟକ ଭାଦବ ହାଁସଦାଃ, ଗଣେଶ୍ୱର ପାତ୍ର, ଶ୍ରୀନାଥ ସୋରେନ୍, ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ, ପୂର୍ବତନ ନଗରପାଳ କୃର୍ଷ୍ଣନନ୍ଦ ମହାନ୍ତି, ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ପୂର୍ବତନ ଜିଲ୍ଲାପରିଷଦ ଭାରତୀ ହାଁସଦାଃ, ରାଜ୍ୟ ଯୁବ ସମ୍ପାଦକ ଅରୁଣ ବରଳା, ଅନନ୍ତ ଦାଶ, ମହିଳା ସଭାପତି ବିଣାପାଣି ସାହୁ, ସବିତା ବେହେରା, ଗୀତାରାଣି ବେହେରା, ସମ୍ପା ମଜୁମଦାର, ପ୍ରଭାତ ନାୟକ, ପ୍ରିତିନନ୍ଦା ଅନୁନୁଗୋ, ପ୍ରଭାତ ମହାନ୍ତି, ସରୋଜ ମହାପାତ୍ର ଓ ସଦେଶ ଭଞ୍ଜଦେଓ ପ୍ରମୁଖ ଉପସ୍ଥିତ ଥିଲେ ।