Odisha news

ବାରିପଦା : ଓଡିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ

0

ବାରିପଦା  : ଓଡିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟରତ ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ କିଭଳି ଜିଲ୍ଲା ରାଜ୍ୟସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଅବହେଳିତ ଶୋଷିତ ହୋଇ ନ୍ୟାୟ ପ୍ରାପ୍ତିରୁ ବଞ୍ଚିତ ହେଉଛନ୍ତି, ସେ ସମ୍ପର୍କରେ ବିନମ୍ରତାର ସହ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପ୍ରତିକାର ନିମନ୍ତେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ, ସଚିବ, ନିଦେ୍ର୍ଦଶକ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ସରକାର ଶିକ୍ଷକମାନଙ୍କୁ କୋଭିଡ୍୧୯ ମୁକାବିଲା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି

ସରକାରଙ୍କ ନିଦେ୍ର୍ଦଶରେ ଘରଘର ବୁଲି ସର୍ଭେ ଠାରୁ ଆରମ୍ଭ କରି ବହି ବାଣ୍ଟିବା, ମାଟ୍ରିକ୍ ଖାତା ମୂଲ୍ୟାୟନ କରିବା, ଗାଁ ଗାଁ ବୁଲି ନାମଲେଖାଇବା କାର୍ଯ୍ୟ କରିବା ସର୍ତ୍ତେ ମାତ୍ର ୪ଗୋଟି ଜିଲ୍ଲାର ଶିକ୍ଷା ଅଧିକାରୀ ଉଦେ୍ଦଶ୍ୟ ମୂଳକ ଭାବେ ସେହି ଜିଲ୍ଲା ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ଦରମା ବନ୍ଦ ରଖିଛନ୍ତି ତେଣୁ ସମସ୍ତ ଜିଲ୍ଲା ଶିକ୍ଷାଅଧିକାରୀମନାଙ୍କୁ ତୁରନ୍ତ ଦରମା ପ୍ରଦାନକରାଯାଉ, ୨୦୨୦ ମସିହାରେ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ନିଯୁକ୍ତି ଦିନଠାରୁ ପ୍ରାୟ ୪ମାସ ଧରି ଦରମା ପ୍ରଦାନ ବ୍ୟବସ୍ଥା, ୨୦୧୫୧୬ ମସିହାରେ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ସେମାନଙ୍କର କୌଣସି ତୃଟି ନଥାଇ କିଛିକାଳ ଛଟେଇ କରାଯାଇ ପୁନଶ୍ଚ ନିଯୁକ୍ତି ପାଇବା ସହ କାମ କରିଥିବା ୧୦ମାସ କୁ ମୂଳ ନିଯୁକ୍ତି ରେ ସଂଯୋଗ କରାଯାଉ, ୨୦୧୩ ମସିହାରେ ନିଯୁକ୍ତି ପାଇଥିବା ଏହି ବର୍ଗର ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ସ୍ଥାୟୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାନଯାଇ ଉଦେ୍ଦଶ୍ୟ ମୂଳକ ଭାବେ ପକାଇ ରଖାଯାଇଛି ସମ୍ପର୍କରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ନିଦେ୍ର୍ଦଶାବଲୀର ଖୋଲା ଉଲ୍ଲଙ୍ଘନ କରାଯାଉଅଛି ବୋଲି ସଂଘ ପକ୍ଷରୁ ଦାବି କରାଯାଇଛି

ସମସ୍ତ ଦାବି ପ୍ରତି ଦୃଷ୍ଟି ଦେଇ ଆଗାମୀ ୧୫ଦିନ ମଧ୍ୟରେ ଦୟାପୂର୍ବକ କାର୍ଯ୍ୟପନ୍ଥା ସରକାର ଗ୍ରହଣ ନକଲେ ରାଜ୍ୟ ସଂଘର ସମସ୍ତ କର୍ମକର୍ତ୍ତା ଏବଂ ସମସ୍ତ ଜିଲ୍ଲାର ଜଣେ ଜଣେ ପ୍ରତିନିଧିଙ୍କୁ ନେଇ କୋଭିଡ୍୧୯ ସରକାରୀ ନିୟମକୁ ପାଳନ କରି ୧୫ ଦିନ ପରେ ଅର୍ଥାଥ୍ ଜୁଲାଇ ୮ତାରିଖରେ ଭୁବନେଶ୍ୱର ଠାରେ ଧାରଣାରେ ବସିବେ ବୋଲି ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସଭାପତି ଶୁଭ୍ରଜିତ୍ ପ୍ରତିହାରୀ, ସମ୍ପାଦକ ନିରୋଦ ରଥ,କାର୍ଯ୍ୟକାରୀ ସଭାପତି କୃଷ୍ଣଚନ୍ଦ୍ର ଜେନା, କାର୍ଯ୍ୟକାରୀ ସମ୍ପାଦକ ବିଶ୍ୱଜିତ୍ ବିଶ୍ୱାଳ, ସୌମ୍ୟରଞ୍ଜନ ପ୍ରଦାନ, ସୌମ୍ୟରଞ୍ଜନ ମଲ୍ଲିକ, ପ୍ରତାପ ସାମଲ୍, ଦେବାଶିଷ ନାୟକ, ସୁଦର୍ଶନ ସାହୁ, ପ୍ରଳୟ ଦେବ, ଶିବ ଶଙ୍କର ସାମଲ, ଅଜୟ ସାହୁ, ମନୋହର ଦାସ, ଦିଲ୍ଲିପ ବରିହା, ସୁବ୍ରତ ଲେଙ୍କା, ରାଜେନ୍ଦ୍ର ମଲ୍ଲିକ ଶୁଭସୁନ୍ଦର ପଣ୍ଡା ପ୍ରେସ ବିବୃତ୍ତି ମାଧ୍ୟମାରେ ସୂଚନା ଦେଇଛନ୍ତି  

Leave A Reply