Odisha news

ପିଆରଏମ ମେଡିକାଲ କଲେଜରେ ରୋଗୀଙ୍କୁ ଉନ୍ନତ ଚିକିସôା ପ୍ରଦାନ କରାନଗଲେ ଅଧିକାରୀଙ୍କୁ ବିରୋଧ କରାଯିବ : ଭଞ୍ଜସେନା

0

ବାରିପଦା : ଭଞ୍ଜସେନାର ଏକ ପ୍ରତିନିଧି ଦଳ ପିଆରଏମ ମେଡିକାଲ କଲେଜର ଅବ୍ୟବସ୍ଥା ସମ୍ବନ୍ଧରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ଆଲୋଚନା କାଳରେ ପିଆରଏମରେ ଦିନକୁ ଦିନ ଶିଶୁ ଓ ରୋଗୀ ମୃତୁ୍ୟ, ମେଡିକାଲରେ ବିଦୁ୍ୟତ୍ ସରବରାହରେ ଘୋର ଅନିୟମିତତା, ସରକାରୀ ଡାକ୍ତର ମେଡିକାଲ ରୋଗୀ ପ୍ରତି ନଜର ନଦେଇ ନର୍ସିଂହୋମରେ ରୋଗୀ ଦେଖିବା ଅଭ୍ୟସ୍ତରେ ପରିଣତ ହୋଇଥିବାବେଳେ ଷ୍ଟ୍ରେଚର ଅଭାବ, ମେଡିକାଲ କର୍ତ୍ତୃପକ୍ଷଙ୍କ ରୋଗୀ ଓ ରୋଗୀଙ୍କ ପରିବାର ପ୍ରତି ଦୁର୍ବ୍ୟବହାର ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ଜିଲ୍ଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହ ସଂଗଠନ ପକ୍ଷରୁ ଏପରି ଘଟଣାର ପୁନାରୁବୃତ୍ତି ହେଲେ ଉକ୍ତ ଅଧିକାରୀଙ୍କୁ ରାସ୍ତା ଉପରେ ଜୋରଦାର ବିରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ସଂଗଠନ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ସଭାପତି ପିଣ୍ଟୁ ମାଇତି, ଓବିସି ଶାଖା ସଭାପତି ରାକେଶ ବେହେରା, କାର୍ଯ୍ୟକାରୀ ସଭାପତି ଶାମନ୍ତ ଶେଖର ପାଲ ଓ ମୁଖପାତ୍ର ମାନସ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply