Odisha news

ମୟୂରଭଞ୍ଜ ଜିଲ୍ଲାରେ ବ୍ୟାଙ୍କ ମାନଙ୍କ ପକ୍ଷରୁ ୧୭୬ତମ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ : ମୟୂରଭଞ୍ଜ ଜିଲ୍ଲା ପାଇଁ ୩ହଜାର କୋଟିରୁ ଉଦ୍ଧ୍ୱର୍ ଋଣ ଯୋଗାଣ ଲକ୍ଷ୍ୟଧାର୍ଯ୍ୟ

0

ବାରିପଦା  : ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପକ୍ଷରୁ ୧୭୬ତମ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଦ୍ଧାଦେବ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ୨୦୨୦-୨୧ ଆର୍ଥୀକ ବାର୍ଷିକ ଋଣ ଯୋଜନାରେ କୃଷି, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ କ୍ଷେତ୍ରରେ, ଗୃହ ଓ ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ର ପାଇଁ ସର୍ବମୋଟ ୩୦୫୪.୬୯ କୋଟିର ଋଣ ଯୋଗାଣ ଜିଲ୍ଲା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

କରୋନା ପାଇଁ ବହୁ ପ୍ରବାସୀ ନିଜ ନିଜ ସ୍ଥାନକୁ ଫେରିଛନ୍ତି, ସେମାନଙ୍କୁ ଯଦି କୌଣସି ଚାଷକାର୍ଯ୍ୟ ବା ବ୍ୟବସାୟୀ ନିମନ୍ତେ ବ୍ୟାଙ୍କଗୁଡିକୁ ଋଣ ଯୋଗାଇଦେବାକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିବାବେଳେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାପାଇଁ ଜିଲ୍ଲାର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଋଣ ପ୍ରଦାନ କରିବା ନିମନ୍ତେ ଅଗ୍ରଣୀ ଜିଲ୍ଲା ମୁଖ୍ୟ ପ୍ରବନ୍ଧକ ଦିଲ୍ଲିପ କୁମାର ସାହୁ ଗୁରୁତ୍ୱ ଦେଇଥିଲେ ।

ଓମଫେଡ୍ ଏବଂ ଫିସ୍ଆରି ବିଭାଗର ସହାୟତାରେ ଦୁଗ୍ଧଚାଷୀ ଏବଂ ମାଛଚାଷୀମାନଙ୍କୁ କିଶାନ କ୍ରେଡିଟ୍ କାର୍ଡରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଉକ୍ତ ଅବସରରେ ୨୦୨୦-୨୧ ଆର୍ଥୀକ ବର୍ଷର ଋଣ ଯୋଜନା ପୁସ୍ତିକାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସିଂହ ଉନ୍ମୋଚନ କରିଥିବାବେଳେ ଏହି ବୈଠକରେ ନାବାର୍ଡ ଅଧିକାରୀ, ଆରଏମ, ଓଜିବି, ଓମ୍ଫେଡ୍ ଜିଏମ, ଜିଏମ ଡିଆଇସି, ଜିଲ୍ଲା କୃଷି ଅଧିକାରୀ ଏବଂ ବ୍ୟାଙ୍କ ପରିଚାଳକମାନେ ଉପସ୍ଥିତ ଥିଲେ ।

Leave A Reply