ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ କ୍ରାମଗତ ଭାବେ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଶୁକ୍ରୁବାର ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ୍ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୧୨୯ ଛୁଇଁଛି ।
ଶୁକ୍ରୁବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କରଞ୍ଜିଆ ବ୍ଲକରୁ ଜଣେ ଏବଂ ବାଙ୍ଗିରିପୋଷି ବ୍ଲକରୁ ୨ଜଣ କରୋନା ଚିହ୍ନଟ ହୋଇଛନ୍ତି ।
ସମସ୍ତ କରୋନା ଚିହ୍ନଟ୍ କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ରହୁଥିବାବେଳେ ସେମାନେ ପଶ୍ଚିମବଙ୍ଗ ଓ ତାମିଲନାଡୁ ଫେରନ୍ତା ବୋଲି ଜଣାଯାଇଛି । ବର୍ତ୍ତମାସ ସୁଦ୍ଧା ୧୨୯ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୪୨ଜଣ ବର୍ତ୍ତମାନ ସୁଦ୍ଧା ଚିକିସôିତ ହେଉଛନ୍ତି ।