Odisha news

ବାରିପଦା  : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ସହିଦଙ୍କ ଉଦେ୍ଦଶ୍ୟରେ ଶୋକସଭା

0

ବାରିପଦା  : ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଚୀନ୍ ସୀମାନ୍ତରେ ସହିଦ୍ ହୋଇଥିବା ଦେଶର ବୀର ଯବାନଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ପାଇଁ ପ୍ରଧାନଶିକ୍ଷକ ଡଃ ପ୍ରଜ୍ଞା ପାରମିତା ଜେନାଙ୍କ ପୌରହିତ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୀର ଯବାନଙ୍କୁ ଦେଶବାସୀ ହୃଦୟରେ ସବୁଦିନ ଝୁରିବେ ବୋଲି ବୋଲି ଡଃ ଜେନା ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ବୀର ଯବାନମାନଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାର ଚନ୍ଦ୍ରକାନ୍ତ ପ୍ରଧାନ ଏବଂ ମୟୂରଭଞ୍ଜ ମାଟିର ସୁଯୋଗ୍ୟ ସନ୍ତାନ ନନ୍ଦୁରାମ ସୋରେନ୍ ଅନ୍ୟତମ ।

ସେମାନଙ୍କ ବଳିଦାନ ପାଇଁ ଆମେ ସମସ୍ତେ ଗର୍ବିତ ବୋଲି ମତପ୍ରକାଶ ପାଇଛି । ସରକାରଙ୍କ କୋଭିଡ୍-୧୯ ସୁରକ୍ଷା ସର୍ତ୍ତାବଳୀକୁ ବଜାୟ ରଖି ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଶିକ୍ଷା କର୍ମଚାରୀ ଅମର ଆତ୍ମାର ସଦ୍ଗତି ନିମନ୍ତେ ନୀରବ ପ୍ରାର୍ଥନା କରିବା ସହ ଶୋକପ୍ରକାଶ କରିଥିଲେ । ପ୍ରାରମ୍ଭରେ ଶିକ୍ଷକ ଅମିତାଭ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଏସକେ ଲାଇକୁଦ୍ଦିନ ଓ ଶିକ୍ଷକ ଡଃ ଶଶୀଧର ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply