ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା), ମୟୂରଭଞ୍ଜ ସହଯୋଗରେ ଜୁଲାଇ ମାସରେ ଚାକିରୀରୁ ଅବସର ନେଇଥିବା ମାଧ୍ୟମିକ ସ୍କୁଲ ଶିକ୍ଷକ-କର୍ମଚାରୀମାନଙ୍କୁ ଅବସରକାଲୀନ ସମ୍ବର୍ଦ୍ଧନା ସହିତ ପ୍ରୋଭିଜନାଲ୍ ପେନ୍ସନ୍ର କାଗଜପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ଉସôବରେ ଜିଲ୍ଲା ଶିକ୍ଷାଧିକାରୀ ନବକିଶୋର ଗିିରି ଅଧ୍ୟକ୍ଷତା କରିଥିବାବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦିପ୍ତୀ ନାୟକ, ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଅଫିସ୍ ସହକାରୀ ଶିବପ୍ରସାଦ ବେହେରା, କ୍ଷେତ୍ରମୋହନ ବେହେରା ଓ ସହାୟକ ଦେବ ପ୍ରସାଦ ମହାନ୍ତଙ୍କ ସହିତ ଓଡିଶା ମାଧ୍ୟମିକ ସ୍କୁୁଲ ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ ଚିତରଞ୍ଜନ ପଳତା ଓ ଦୁର୍ଯେ୍ୟାଧନ ବେହେରା, ବାରିପଦା ବ୍ଲକ ସମ୍ପାଦକ ପ୍ରଦୀପ ଚନ୍ଦ୍ର ମହାନ୍ତଙ୍କ ଉପସ୍ଥିତିରେ ଜୁଲାଇ ମାସରେ ସେବା ନିବୃତ୍ତ ହୋଇଥିବା ବିଭିନ୍ନ ବିଦ୍ୟାଳୟର ୪ଜଣ ପ୍ରଧାନଶିକ୍ଷକ, ୨ଜଣ ସହକାରୀ ଶିକ୍ଷକ, ଜଣେ ହିନ୍ଦୀ ଶିକ୍ଷକ, ଜଣେ କ୍ରୀଡା ଶିକ୍ଷକ, ୨ଜଣ ଅଫିସ୍ ସହକାରୀ ଏବଂ ୨ଜଣ ପିଅନ୍, ଏହିପରି ମୋଟ୍ ୧୨ଜଣ ଅବସରପ୍ରାପ୍ତ କର୍ମଚାରୀ ଜିଲ୍ଲା ଶିକ୍ଷାଧିକାରୀଙ୍କ ଠାରୁ ମାନପତ୍ର, ଅନ୍ୟାନ୍ୟ କାଗଜପତ୍ର ଓ ପୁଷ୍ପଗୁଚ୍ଛ ଗ୍ରହଣ କରିଥିଲେ । ଅବସର ଗ୍ରହଣ କରିଥିବା ଶିକ୍ଷକ-କର୍ମଚାରୀମାନେ ସେମାନଙ୍କର ଦୀର୍ଘଦିନର ଚାକିରୀ ଅନୁଭୂତି ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଆଗାମୀଦିନରେ ସେମାନଙ୍କ ଠାରୁ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନଙ୍କର ଉନ୍ନତି ପାଇଁ ସବୁପ୍ରକାର ସହଯୋଗ କାମନା କରିଥିଲେ । ପରିଶେଷରେ ବାରିପଦା ବ୍ଲକ ସମ୍ପାଦକ ଶ୍ରୀ ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ ଘୋଷଣା କରିଥିଲେ । ସଭା ପରେ ସମସ୍ତେ ମିଷ୍ଟାନ୍ନ ଗ୍ରହଣ ପୂର୍ବକ ବିଦାୟ ନେଇଥିଲେ ।