ବାରିପଦା : ବାଇଗଣବାଡିଆ ସ୍ଥିତ ରିତୋୟନୀ ବୈଷୟିକ ଶିଳ୍ପ ତାଲିମ କେନ୍ଦ୍ର ଛାତ୍ର ମାନଙ୍କୁ ନ୍ୟାୟ ପ୍ରଦାନ ଦାବିରେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀ, ପେସା ଗ୍ରାମସଭା, ଭଞ୍ଜସେନା ଆଦିବାସୀ ସେଲ୍, ମାଝୀ ପାରଗାନା ମୋହଲ, ଦଳିତ ଆଦିବାସୀ ମହାସଂଘ କୁଳିଅଣା, ବାଲେଶ୍ୱର ଆଦିବାସୀ ଛାତ୍ର ସଂଘ ବାସା, ସାର୍ନା ସେନା ଏବଂ ପ୍ରମୁଖ ଆଦିବାସୀ ସଂଗଠନ ପକ୍ଷରୁ ଆସନ୍ତା ଅଗଷ୍ଟ ୧୭ତାରିଖ ମୟୂରଭଞ୍ଜ ବନ୍ଦ ଡାକରାକୁ ଜେଏମଏମ ପକ୍ଷରୁ ସମର୍ଥନ ଦିଆଯାଇଛି ।
ଓଡିଶା ପ୍ରଦେଶ ଅଧ୍ୟକ୍ଷା ଅଞ୍ଜନୀ ସୋରେନ୍ଙ୍କ ନିଦେ୍ର୍ଦଶକ୍ରମେ ଆଜି ମୟୂରଭଞ୍ଜର ଯୁବନେତା ପୁର୍ଥୁରାଜ୍ ହାଁସଦାଃ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଥିବାବେଳେ ମୟୂରଭଞ୍ଜର ସମସ୍ତ ବ୍ଲକର କର୍ମକର୍ତ୍ତା ଏହି ବନ୍ଦକୁ ସଫଳ କରିବା ପାଇଁ ଅଗଷ୍ଟ ୧୭ତାରିଖ ମୟୂରଭଞ୍ଜ ବନ୍ଦରେ ସାମିଲ ହେବେ ବୋଲି ପ୍ରକାଶ କରିଛନ୍ତି ।