ବାରିପଦା : ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅଁଳାକୁଡା ଗ୍ରାମପଞ୍ଚାୟତର ଜିଆରଏସ ଗୌରମୋହନ ସୋରେନ୍ । ବୁଧୁବାର ଅପରାହ୍ନରେ ଗୌରମୋହନ ସୋରେନ୍ ୯ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଘଟଣାରୁ ପ୍ରକାଶ ଯେ, ଏନଆରଜିଏସ କାମରେ ୨୦୨୧ ମସିହାର ମାଷ୍ଟର ରୋଲର ଏଣ୍ଟ୍ରି କାମ ଦେବା ପାଇଁ ଜିଆରଏସ ଗୌରମୋହନ ସୋରେନ୍ ୧୯ଜଣ କାର୍ଡଧାରୀଙ୍କ ପାଇଁ ଶ୍ରମିକ ନେତା ଅକ୍ଷୟ ସୋରେନ୍ଙ୍କ ଠାରୁ ୯ହଜାରଟଙ୍କା ଦାବୀ କରିଥିଲେ । ଶେଷରେ ଅକ୍ଷୟ ନିରୂପାୟ ହୋଇ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ । ବୁଧୁବାର ଅକ୍ଷୟଙ୍କ ଠାରୁ ଲାଞ୍ଚୁଆ ଜିଆରଏସ ଜଣଙ୍କ ଅଁଳାକୁଡା ଭଡାଘରେ ୯ହଜାରଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏନେଇ ଭିଜିଲାନ୍ସ ବିଭାଗରେ ୨୨/୨୨ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏହି ଚଢଉ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ନିଦେ୍ର୍ଦଶରେ ବାରିପଦା ଭିଜିଲାନ୍ସ ଡିଏସପି ଓ ବାଲେଶ୍ୱର ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଭିଜିଲାନ୍ସ କର୍ମଚାରୀମାନେ ଚଢଉରେ ସାମିଲ ହୋଇଥିଲେ ।
