Odisha news

ଲାୟନ୍ସ କ୍ଲବ ପକ୍ଷରୁ ସ୍ୱାଧିନତା ଦିବସ ଉପଲକ୍ଷେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗୀତା

0

ବାରିପଦା : ଲାୟନ୍ସ କ୍ଲବ ବାରିପଦା ଆନୁକୂଲ୍ୟରେ ୭୫ତମ ସ୍ୱାଧିନତା ଦିବସ ଉସôବ ଉପଲକ୍ଷେ ୮ମ ରୁ ୧୦ଶ୍ରେଣୀ ବର୍ଗରେ ଏକ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗୀତା ଆୟୋଜନ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୮୨ଜଣ ଚିତ୍ରାଙ୍କନ ଓ ୫୪ଜଣ ପ୍ରତିଯୋଗୀ ବକ୍ତୃତା ପାଇଁ ଯୋଗଦାନ କରିଥିଲେ । ସକାଳେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗୀତାରେ ପ୍ରଥମ ରିତ୍ଶିକା ପାଣିଗ୍ରାହୀ, ଲିଙ୍ଗରାଜ୍ ନାୟକ ଦ୍ୱିତୀୟ ଓ ଆକଶରା ସାହା ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗୀତାରେ ଉଭୟ ଇଂରାଜୀ ଓ ଓଡିଆ ବର୍ଗରେ ସୁନ୍ଦର ବକ୍ତବ୍ୟ ପରିବେଷଣ କରି ଆରୟନ ଦାସ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଯଥାକ୍ରମେ ଶୁଭଙ୍କର ବେହେରା, ଆକାଂକ୍ଷା ଦେ(ଓଡିଆ) ଓ ସୁଲଗ୍ନା ଦାସ, ଆୟୁଷ କୁମାର ମହାନ୍ତ(ଇଂରାଜୀ) ବର୍ଗରେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କଥା ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ସୁଚରିତ ପ୍ରଧାନ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ଏହି ପ୍ରତିଯୋଗୀକୁ ବିଚାରକ ଭାବରେ ଅମରେଶ ବାଶୁରୀ ଓ ମହେନ୍ଦ୍ର ଦଣ୍ଡାପାଟ(ଚିତ୍ରାଙ୍କନ) ଉପସ୍ଥିତ ଥିବାବେଳେ ଶିକ୍ଷକ ଅରୁଣ କୁମାର ଦାଶ, ଅଧ୍ୟାପକ ବିଶ୍ୱଜିତ୍ ମହାନ୍ତ, କବୟିତ୍ରୀ ଦୀପ୍ତରାଣୀ ମିଶ୍ର, ଅଧ୍ୟାପକ ସମରେନ୍ଦ୍ର ବଶା ଓ ଶିକ୍ଷକ ଅମିତାଭ ମିଶ୍ର ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କ ନାମ ଘୋଷଣା କରିଥିଲେ । ଲାୟନ୍ସ କ୍ଲବ ପକ୍ଷରୁ ସମ୍ପାଦକ ସଂଗୀତା ଅଗ୍ରୱାଲା, କୋଷାଧ୍ୟକ୍ଷ କିଷାନଲାଲ ଅଗ୍ରୱାଲ, ସୁବାଷ ପ୍ରଧାନ, ନିବେଦିତା ବିଶ୍ୱାଳ, ସୁବର୍ଣ୍ଣା ମଣ୍ଡଳ, ସଂଗୀତା ଖଣ୍ଡେଲୱାଲ, ସନ୍ତୋଷ ଖଣ୍ଡେଲୱାଲ, ସତ୍ୟବ୍ରତ ଭୂୟାଁ, ଯତୀନ୍ଦ୍ର ମୋହନ ମିଶ୍ର ଓ କିଶୋର କୁମାର ବିଶ୍ୱାଳ ପ୍ରମୁଖ ଏବଂ ଅନ୍ୟ ସଭ୍ୟମାନେ ସକ୍ରିୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply