ବାରିପଦା : ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଆହତ ଘୋଡାର ଖବର ପାଇ ପଶୁ, ପକ୍ଷୀ ଓ ପ୍ରକୃତି ପ୍ରେମୀ ପରିବାର, ଭଞ୍ଜପୁର, ବାରିପଦାର ସଦସ୍ୟ ମାନେ ତାର ଚିକିତ୍ସ୍ୟା ଦାୟିତ୍ୱ ନେଇଛନ୍ତି । କିଛିଦିନ ତଳେ ଗଡଦେଉଳିଆ ଅଞ୍ଚଳରେ ଏକ ଆହତ ଘୋଡାକୁ ତାର ମାଲିକ ଛାଡି ଦେଇଯାଇଥିବାର ଖବର ପ୍ରଚାରିତ ହୋଇଥିଲା । ସ୍ଥାନୀୟ ଯୁବକ ମାନେ ତାଙ୍କୁ ଏକ ସ୍ଥାନରେ ବାନ୍ଧି ତାର ଚିକିତ୍ସ୍ୟା ଆରମ୍ଭ କରିଥିଲେ । ମାତ୍ର ବିପଦମୁକ୍ତ ସ୍ଥାନରେ ରଖି ତାର ଉପଯୁକ୍ତ ଚିକିତ୍ସ୍ୟା କରିବା ସମ୍ଭବ ନ ହେବାରୁ ପଶୁ, ପକ୍ଷୀ ଓ ପ୍ରକୃତି ପ୍ରେମୀ, ପରିବାରର ବରିଷ୍ଠ ସଦସ୍ୟ ସୋମନାଥ ସିଂହଙ୍କ ଯୋଗାଯୋଗ କରିଥିଲେ ।
ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀ ସିଂହ ସାଥି ସଦସ୍ୟ ଆଲୋକ ବାରିକ ଓ ପଶୁ ଚିକିତ୍ସ୍ୟାଳୟର ରଞ୍ଜିତ ବେହେରାଙ୍କ ସହ ଉକ୍ତ ସ୍ଥାନକୁ ଯାଇ ସ୍ଥାନୀୟ ସାମ୍ବାଦିକ ଦୀପକ ସିଂହଙ୍କ ସହ ଆଲଚୋନା କରି ବାରିପଦାକୁ ଆଣିବାର ସ୍ଥିର କଲେ । ତାପରିଦିନ ବାରିପଦାକୁ ଆଣି ତାକୁ ନିରାପଦ ଆଶ୍ରୟ ଦେବାସହ ପଶୁ ଚିକିତ୍ସ୍ୟାଳୟର ଆମ୍ବୁଲାନ୍ସ ଦଳ ଦ୍ୱାରା ନିୟମିତ ଚିକିତ୍ସ୍ୟା ଆରମ୍ଭ ହୋଇଯାଇଛି । ପରବର୍ତ୍ତୀ ସମୟରେ ଏକ ଡାକ୍ତରୀଦଳ ତାର ଚିକିତ୍ସ୍ୟା ପାଇଁ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଶ୍ରୀ ଆଚାର୍ଯ୍ୟ ଜଣାଇଛନ୍ତି । ଏକଥା ଶୁଣି ବହୁ ସହୃଦୟ ବ୍ୟକ୍ତି ତାର ଖାଦ୍ୟ ଓ ଚିକିତ୍ସ୍ୟା ପାଇଁ ସାହାଯ୍ୟର ହାତ ବଢାଇଛନ୍ତି ।