Odisha news

ମାସାଆର୍ମୀ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ

0

ବାରିପଦା  : ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀ ପକ୍ଷରୁ ଆଜି ଉଦଳା ବିଦୁ ବାଗାନ୍ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ଦୃଢ ସାଂଗଠନିକ ଦକ୍ଷତା ଥିବା ଯୁବଛାତ୍ର ସମାଜସେବୀ ଶୈଳେନ୍ଦ୍ର କୁମାର ହେମ୍ବ୍ରମ(ବଡା ଭାଇ) ଆନୁଷ୍ଠାନିକ ଭାବେ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀରେ ଯୋଗଦେଇ ଥିବାବେଳେ ତାଙ୍କ ତାଙ୍କର ଶତାଧିକ ସମର୍ଥକ ମଧ୍ୟ ସଂଗଠନରେ ସାମିଲ ହୋଇଛନ୍ତି । ଉକ୍ତ ମିଶ୍ରଣ ପର୍ବରେ ଶ୍ରୀ ହେମ୍ବ୍ରମଙ୍କୁ ମାସାଆର୍ମୀର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି ପୁଷ୍ପଗୁଚ୍ଛ ଦେଇ ସଂଗଠନରେ ସାମିଲ କରିଥିଲେ ଏବଂ ତାଙ୍କ ସହିତ ସଂଗଠନରେ ସାମିଲ ହୋଇଛନ୍ତି ଶିବ ସୋରେନ୍, ବିରଭିମ ମାରାଣ୍ଡି ଏବଂ ଶତାଧିକ ଛାତ୍ରୀମାନେ ମଧ୍ୟ ସଂଗଠନରେ ସାମିଲ ହୋଇ ମାସାଆର୍ମୀ ସଂଗଠନକୁ ମଜବୁତ୍ କରିବା ପାଇଁ ଶ୍ରୀ ହେମ୍ବ୍ରମଙ୍କୁ ମୟୂରଭଞ୍ଜ ଜିଲ୍ଲ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ମାସାଆର୍ମୀ ସଂଗଠନର ପକ୍ଷରୁ ସମସ୍ତ ଆଦିବାସୀ ଯୁବଛାତ୍ର ମାନଙ୍କୁ ଏକତ୍ରିତ କରି ମୟୂରଭଞ୍ଜ ଜିଲ୍ଲାର ବିକାଶ ପାଇଁ କାମ କରିବା ସହିତ ଆଦିବାସୀ ମାନଙ୍କର ଭାଷାର ବିକାଶ ପାଇଁ କାମ କରିବାର ହିଁ ଗୋଟିଏ ଲକ୍ଷ୍ୟ ବୋଲି କୁହାଯାଇଛି । ଆଗାମୀ ଦିନରେ ସଂଗଠନ ଆହୁରି ମଜବୁତ୍ ହେବ ବୋଲି ମାସାଆର୍ମୀ ରାଜ୍ୟ ସଭାପତି ସୁକୁଲାଲ ସୂଚନା ଦେଇଛନ୍ତି । ଆଜିର ମିଶ୍ରଣ ପର୍ବକୁ ମାସାଆର୍ମୀର ରାଜ୍ୟ ସାଧାରଣ ସମ୍ପାଦକ ଅର୍ଜୁନ ମୁର୍ମୁ, ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାସ୍କେ ଓ ଜିଲ୍ଲା ସାଂଗଠନିକ ସମ୍ପାଦକ କରୁଣାକର ମୁର୍ମୁ ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ ।

Leave A Reply