ବାରିପଦା : ମୟୂରଭଞ୍ଜ କୁମ୍ଭାର ସମାଜ ତରୁଫରୁ ଓଡିଶାରେ ବସବାସ କରୁଥିବା ୫୦ଲକ୍ଷରୁ ଉର୍ଦ୍ଧ କୁମ୍ଭାର ଭାଇ ଭଉଣୀମାନଙ୍କର ଅବସ୍ଥା ବର୍ତ୍ତମାନ ସମୟରେ ଅତି ଦୟନୀୟ ତଥା ଅବହେଳିତ ଅବସ୍ଥାରେ ରହିଅଛି । ଆଜିକୁ ୫୦ବର୍ଷ ଧରି ଏହି ଜାତି ସମାଜକୁ ନିଜର ହସ୍ତ ନିର୍ମିତ କୌଶଳ ବଳରେ ଏକ ସୁସ୍ଥ ତଥା ଉନ୍ନତ ସମାଜ ଗଠନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଅଛି । ବର୍ତ୍ତମାନ ଏହି କୁମ୍ଭାର ଜାତି ହିଁ ଏକମାତ୍ର ଜାତି ଯିଏ କି କୌଳିକ ବୃତ୍ତି ବିହୀନ । ବର୍ତ୍ତମାନ ସମାଜର ବିଭିନ୍ନ ପ୍ଲାଷ୍ଟିକ ଜିିନିଷର ଚାହିଦା ବୃଦ୍ଧି ଫଳରେ କୁମ୍ଭାର ଜାତି ନିଜର ବୃତ୍ତି ହରାଇ ବେସାହାରା ହୋଇପଡିଛି ।
ପୂର୍ବରୁ ଏହି ଜାତିକୁ ଅନୁସୂଚିତ ଜାତିର ମାନ୍ୟତା ପ୍ରଦାନ କରି ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରି ଆସୁଥିବା ସରକାର ବର୍ତ୍ତମାନ ଏହି ଜାତିକୁ ସେଥିରୁ ନିବୃତ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ କୁମ୍ଭାର ଜାତିକୁ ପୁନଃ ଅନୁସୂଚିତ ଜାତି ତାଲିକାଭୁକ୍ତ କରିବା ପାଇଁ ସଭ୍ୟଗଣ ମତ ପ୍ରକାଶ କରି ଏହି ଉଦେ୍ଦଶ୍ୟରେ ଆଜି ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ସମାଜର ଜିଲ୍ଲା ସଭାପତି ଭୀମଚରଣ ରାମ, ଜିଲ୍ଲା ସଂପାଦକ ମହେନ୍ଦ୍ର ନାଥ ବେହେରା, ଉପସଭାପତି ସଞ୍ଜୟ ରାମ, ଅମିତ ରାମ, ଇନ୍ଦ୍ରଜିତ ବେହେରା ସଭ୍ୟ ଗଣେଶ୍ୱର ବେହେରା, ରାମ କୁମାର ବେହେରା, ସତ୍ୟଜିତ ବେହେରା ଓ ଶ୍ରୀକାନ୍ତ ବେହେରା ପ୍ରମୁଖ ଏକ ଦାବିପତ୍ର ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ମାନ୍ୟବର ରାଜ୍ୟପାଳ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଥିଲେ ।
