ବାରିପଦା : ମୟୁରଭଞ୍ଜ ମୁକ୍ତି ମୋର୍ଚ୍ଚା ସଂଗଠନର ଏକ ପ୍ରତିନିଧି ଦଳ ସମବାୟ ସମିତି ସମୂହ ଉପନିବନ୍ଧକ କୃଷ୍ଣଚନ୍ଦ୍ର ଦାସଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସଂଗଠନ ଦାବି ମୁତାବକ ମୟୁରଭଞ୍ଜ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଅଟେ । ବର୍ତ୍ତମାନ ସରକାରଙ୍କ ଦ୍ୱାରା ଚାଷୀମାନେ ଧାନ ବିକ୍ରୟ ପାଇଁ ଲ୍ୟାମ୍ପ୍ସମାନଙ୍କ ରେ ପଞ୍ଜିକରଣ ଚାଲିଅଛି । ସାନ୍ତାଳ ଜାତିର ଲୋକ ମାନଙ୍କ ଜମିପଟ୍ଟାରେ ପୂର୍ବ ପୁରୁଷ ମାନଙ୍କ ନାମରେ କୁଳନାମ ମାଝୀ ରହିଅଛି । କିନ୍ତୁ ବର୍ତ୍ତମାନ କୁଳନାମ ଅଲଗା ଅଲଗା ରହିଅଛି । ଯାହାଦ୍ୱାରା କି ଲ୍ୟାମ୍ପ୍ସ ମାନଙ୍କ ରେ ସେହି ଜମିପଟ୍ଟା ଗ୍ରହଣ କରୁ ନାହାନ୍ତି ।
ସେହି ଚାଷୀମାନେ ପଞ୍ଜିକରଣରୁ ବଞ୍ଚିତ ହେଉଛନ୍ତି । ଲ୍ୟାମ୍ପ୍ସ ମାନଙ୍କ ରେ ପଞ୍ଜିକରଣ ଫର୍ମ ଜୁଲାଇ ୩୦ତାରିଖ ପର୍ଯ୍ୟନ୍ତ ହିଁ ଦିଆଯିବ । ଯାହାକି ପଞ୍ଜିକରଣ ଶେଷ ତାରିଖ ଅଗଷ୍ଟ ୧୫ତାରିଖ ପର୍ଯ୍ୟନ୍ତ ତେଣୁ ଦାବି ରଖା ହୋଇଛି । ଯେତେଦିନ ପର୍ଯ୍ୟନ୍ତ ପଞ୍ଜିକରଣ ଚାଲୁ ହେବ ସେତେଦିନ ପର୍ଯ୍ୟନ୍ତ ଫର୍ମ ଦିଆଯାଉ । ଏହି ଦାବି ବାବଦ ରେ ସଂଗଠନ ଜିଲ୍ଲା ସଭାପତି ଧରମରାଜ ହାଁସଦା ଅଧିକାରୀଙ୍କ ସହିତ ଆଲୋଚନା ପରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା । ଦାବିପତ୍ର ପ୍ରଦାନ ସମୟ ରେ ସଂଗଠନର କର୍ମୀ ଗୌରାଙ୍ଗ ସୋରେନ, ବିରାମ ମୁର୍ମୁ, ଭୋଳାନାଥ ଟୁଡୁ, ସୁରୀୟା ଟୁଡୁ ଓ ରହନ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
