Odisha news

ଭଞ୍ଜନଗର ବ୍ଳକ୍ ରେ ବିଦ୍ୟା ପ୍ରବେଶ କାର୍ଯ୍ୟକ୍ରମ ବଣ୍ଟନ

0

ଭଞ୍ଜନଗର, 28/07,ପ୍ରଥମ ଶ୍ରେଣୀ ପିଲାଙ୍କ ଶିକ୍ଷଣ ପ୍ରକ୍ରିୟାକୁ ତୁରାନିତ ତଥା ବିକାଶୋନ୍ମୁଖୀ କରିବା ପାଇଁ ଭଞ୍ଜନଗରରେ ଖେଳ ଆଧାରିତ ତ୍ରୟମାସିକ ବିଦ୍ୟା ପ୍ରବେଶ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁଙ୍କ ଦ୍ୱାରା ଉପେନ୍ଦ୍ରଭଞ୍ଜ ହାଇସ୍କୁଲ ଠାରେ ବୁଧବାର ଉଦ୍‌ଘାଟିତ ହୋଇଯାଇଛି I ଏହି ଅବସରରେ ପ୍ରଥମ ଶ୍ରେଣୀ ପିଲାଙ୍କ ଶିକ୍ଷଣ ଦକ୍ଷତା ସହିତ ଅନ୍ୟାନ୍ୟ ସହଶୈକ୍ଷିକ ଦକ୍ଷତା ବୃଦ୍ଧି ଦିଗରେ ଓସେପା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିଦ୍ୟା ପ୍ରବେଶ କାର୍ଯ୍ୟ ପୁସ୍ତିକାକୁ ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଶିକ୍ଷକ ମାନଙ୍କୁ ବିଦ୍ୟା ପ୍ରବେଶ ଶିକ୍ଷକ ସହାୟକ ପୁସ୍ତିକା ବଣ୍ଟନ କରାଯାଇଥିଲା I

ଏହି କାର୍ଯ୍ୟକ୍ରମ ଜାତୀୟ ଶିକ୍ଷାନୀତି-2020 ଅନୁସାରେ ପିଲାମାନଙ୍କର ପଠନ, ଲିଖନ ଏବଂ ଗଣନ ଦକ୍ଷତାର ମୂଳଦୁଆ ସ୍ଥାପନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I ଆଜିର କାର୍ଯ୍ୟକ୍ରମ କ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ଶିକ୍ଷା ଶାସ୍ତ୍ର ସଂଯୋଜକ ସନ୍ତୋଷ କୁମାର ପଣ୍ଡା, ଭଞ୍ଜନଗରର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍ ଧନଞ୍ଜୟ, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ I ଭଞ୍ଜନଗର ଏମ୍ଆଇଏସ୍-କମ୍-ପ୍ଲାନିଂ କୋର୍ଡ଼ିନେଟର୍ ସମସ୍ତ କାର୍ଯ୍ୟକ୍ରମର ପରି ଚାଳନା କରିଥିଲେ I

Nalco
Leave A Reply