Odisha news

ପିଆରଏମରେ ଭୂଲ ଚିକିତ୍ସ୍ୟା ପାଇଁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ : ହସ୍ପିଟାଲରେ ଉତ୍ତେଜନା ପ୍ରକାଶ

0

ବାରିପଦା  : ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭୁଲ ଚିକିତ୍ସ୍ୟା ଯୋଗୁ ପ୍ରସୂତୀ ମହିଳା ଓ ତାଙ୍କର ଗର୍ଭସ୍ତ ଶିଶୁର ମୃତୁ୍ୟ ହୋଇଛି ବୋଲି ଅଭିଯୋଗ କରି ପରିବାର ଲୋକେ ହସ୍ପିଟାଲ ପରିସରରେ ହୋ ହୁଲା କରିଥିଲେ । ଘଟଣାରୁ ପ୍ରକାଶ ଯେ, ବେତନଟୀ ଥାନା ଅନ୍ତର୍ଗତ ହାତୀକୋଟ ଗ୍ରାମର ଜାମୁକାଶ୍ମୀରରେ ଯବାନ୍ ଥିବା ନବଘନ ମହାନ୍ତଙ୍କ ସ୍ତ୍ରୀ ସସ୍ମିତା ମହାନ୍ତ(୨୭)ଙ୍କ ପ୍ରସବ ବେଦନା ହେବାରୁ ୧୭ତାରିଖ ରାତିରେ ଚିକିତ୍ସ୍ୟା ପାଇଁ ପିଆରଏମରେ ଭର୍ତ୍ତି କରିଥିଲେ । ମାତ୍ର ଶୁକ୍ରୁବାର ବିଳମ୍ବିତ ରାତିରେ ସସ୍ମିତାଙ୍କର ପ୍ରବଳ ପ୍ରସବ ବେଦନା ହୋଇଥିଲା । ଡୁ୍ୟଟିରେ ଥିବା ଡାକ୍ତର ତାଙ୍କୁ ଇଞ୍ଜେକ୍ସନ୍ ଦେଇଥିଲେ । ପରେ ପରେ ପ୍ରସୂତୀଙ୍କ ମୃତୁ୍ୟ ହୋଇଥିଲା । ମାତ୍ର ଉପଯୁକ୍ତ ଓ ଠିକ୍ ସମୟରେ ଚିକିତ୍ସ୍ୟାରେ ଅବହେଳା ଯୋଗୁ ପ୍ରସୂତୀଙ୍କ ମୃତୁ୍ୟ ହୋଇଛି ବୋଲି ପରିବାର ଲୋକେ ହୋ ହୁଲା କରିଥିଲେ ।

ଏପରିକି ମୃତ ସସ୍ମିତାଙ୍କ ଶବକୁ ନେବା ପାଇଁ ଗ୍ରାମବାସୀ ଓ ପରିବାର ଲୋକେ ଅଡି ବସିଥିଲେ ମଧ୍ୟ ଶବ ବ୍ୟବଚ୍ଛେଦ ବିନା ମୃତଦେହକୁ ପରିବାରକୁ ଦିଆଯାଇ ପାରିବ ନାହିଁ ବୋଲି ପୋଲିସ କହିଥିଲେ । ଶବ ବ୍ୟବଚ୍ଛେଦରେ ବିଳମ୍ବ କରିବା ଯୋଗୁ ସନ୍ଧ୍ୟା ହୋଇଯାଇଥିଲା ଓ ଶବ ବ୍ୟବଚ୍ଛେଦ ବିନା ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇପାରିବ ନାହିଁ ବୋଲି ସୂଚନା ଦେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ଘଟଣାସ୍ଥଳରେ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ପରିବାର ଲୋକ ପକ୍ଷରୁ ଡୁ୍ୟଟିରେ ଥିବା ଡାକ୍ତରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଥିଲା । ଅନ୍ୟପକ୍ଷରେ ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ଓ ଏଥିସହ ମୃତ ପ୍ରସୂତୀ ଜଣଙ୍କ ଜଣେ ଯବାନ୍ ଙ୍କ ସ୍ତ୍ରୀ ହୋଇଥିବାବେଳେ ତାଙ୍କୁ ଉପଯୁକ୍ତ ଚିକିସôା ନ କରିବା ଓ ଶବ ବ୍ୟବଚ୍ଛେଦ ବିଳମ୍ବ କରାଯିବା ନେଇ ସାଧାରଣରେ ଅଭିଯୋଗ ହେବା ସହ ଏହା ଯବାନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ନୁହେଁ ବୋଲି ସାଧାରଣରେ ଚର୍ଚ୍ଚା ହୋଇଥିଲା ।

Leave A Reply