Odisha news

ମୟୂରଭଞ୍ଜ ଜିଲ୍ଲା ଏଆଇଡିଏସଓ ଏବଂ ଏଆଇଡିୱାଇଓ ପକ୍ଷରୁ ଅଗ୍ନିପଥ ଯୋଜନା ବିରୋଧରେ ବିକ୍ଷୋଭ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ଏଆଇଡିଏସଓ ଏବଂ ଏଆଇଡିୱାଇଓ ନେତୃତ୍ୱରେ ଅଗ୍ନିପଥ ଯୋଜନା ବିରୋଧରେ ଏକ ବିକ୍ଷୋଭ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଜୁନ୍ ୧୪ତାରିଖରେ ପ୍ରତିରକ୍ଷା କ୍ଷେତ୍ରରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଏକ ନୂତନ ଯୋଜନା ଅଗ୍ନିପଥ ଘୋଷଣା କରାଯାଇଥିଲା । ଯାହା ଅଧିନରେ ସୈନିକମାନଙ୍କୁ କେବଳ ୪ବର୍ଷ ପାଇଁ ସେନାରେ ନିଯୁକ୍ତି ଦିଆଯିବ ଏବଂ ଏହାପରେ ସେମାନଙ୍କୁ ଚାକିରିରୁ ବାହାର କରିଦିଆଯିବ । ଚାକିରିରୁ ଅବ୍ୟାହତି ପରେ ସୈନିକ ମାନଙ୍କୁ ପେନ୍ସନ୍ ଏବଂ ଅନ୍ୟାନ୍ୟ ସୁବିଧା ଦିଆଯିବ ନାହିଁ । ଏହି ଘୋଷଣା ପରେ ସାରାଦେଶରେ ଯୁବକମାନେ ଏହାର ପ୍ରତିବାଦ କରିଥିଲେ । ଆନେ୍ଦାଳନରତ ଯୁବକଙ୍କୁ ଶାନ୍ତ କରିବା ପାଇଁ, ଯେହେତୁ କରୋନା ଯୋଗୁଁ ୨ବର୍ଷ ଧରି ନିଯୁକ୍ତି ବନ୍ଦ ଥିବାର କେବଳ ଏହି ବର୍ଷ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପାଇଁ ସ୍କିମର ସମୟ ସୀମା ୪ବର୍ଷ ବଦଳରେ ୬ବର୍ଷ କରାଯାଇଛି । ଗୋଟିଏ ପଟେ ଅଗ୍ନିପଥ ଯୋଜନା ଭଳି ଯୁବ ବିରୋଧୀ ନୀତି ଅଣାଯାଉଛି ଏବଂ ଅନ୍ୟପଟେ ଆଗାମୀ ଦେଢବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ୧୦ଲକ୍ଷ ଚାକିରି ପ୍ରଦାନ କରିବା ପାଇଁ ଘୋଷଣା କରୁଛନ୍ତି ।

ତେବେ ପ୍ରତିବର୍ଷ ୨କୋଟି ଚାକିରି ପ୍ରଦାନର ପ୍ରତିଶୃତି ଭଳି ପ୍ରହସôନରେ ପରିଣତ ହେବ ବୋଲି ମନେ ହେଉଛି ବୋଲି ସଂଗଠନ ପକ୍ଷରୁ ପ୍ରକାଶ କରାଯାଇଛି । ଏଭଳି ଯୋଜନା ଚୁକ୍ତିଭିତ୍ତିକ ପ୍ରଣାଳୀକୁ ପ୍ରୋସôାହନ ଦେବ ଏବଂ ରୋଜଗାରର ସମସ୍ୟା ଏକ ବିକଟାଳ ରୂପ ଧାରଣ କରିବ । ତେଣୁ ଏଆଇଡିଏସଓ ଏବଂ ଏଆଇଡିୱାଇଓ ଅଗ୍ନିପଥ ଯୋଜନା ପ୍ରତ୍ୟାହାର କରାଯାଉ ଏବଂ ସମସ୍ତ ସରକାରୀ ଅନୁଷ୍ଠାନରେ ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ସରକାରଙ୍କ ନିକଟରେ ଦାବି କରିବାସହ ଆନେ୍ଦାଳନକାରୀ ଯୁବକ ସାଥୀମାନଙ୍କୁ ଅନୁରୋଧ କରାଯାଇଛି କି କୌଣସି ପ୍ରକାରର ଭଙ୍ଗାରୁଜା, ପୋଡାଜଳା କିମ୍ବା ହିଂସା ପାଇଁ ନୁହେଁ ବରଂ ଏକ ସଚେତନ, ସଙ୍ଗଠିତ୍, ଦୀର୍ଘସ୍ଥାୟୀ, ଶାନ୍ତିପୂର୍ଣ୍ଣ ଯୁବ ଆନେ୍ଦାଳନ ଗଠନ କରିବାପାଇଁ ଏଭଳି ଭାବରେ ଏକାଠି ହେବା ଆବଶ୍ୟକ ଯେଉଁଭଳି ଭାବେ କୃଷକମାନେ ସେମାନଙ୍କର ଦାବି ପାଇଁ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଅଲ୍ ଇଣ୍ଡିଆ ଡିଏସ୍ଓ, ରାଜ୍ୟ ଉପସଭାପତି ସୋମନାଥ ବେହେରା, ଜିଲ୍ଲା ସଂଗଠକ ମଧୁସୂଦନ ନାଏକ, ଫୁଲଚାନ୍ଦ ଲହାର, ଗୋବିନ୍ଦ ସିଂ, ଯତୀନ୍ ବାନରା, ସିଂରାୟ ଦେଓଗାମ୍, ଅଲ୍ ଇଣ୍ଡିଆ ଡିୱାଇ ଓ ବାରିପଦା ଜୋନ୍ ସଭାପତି ପିତାମ୍ବର ନାଏକ ଓ ସମ୍ପାଦକ ସର୍ଦ୍ଦାର ସିଂ ପ୍ରମୁଖ ନେତୃତ୍ୱ ନେଇଥିଲେ ।

 

Leave A Reply