Odisha news

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଯୁବକଙ୍କୁ ୧୦ବର୍ଷ ଜେଲ୍

0

ବାରିପଦା  : ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୁମିତା ଜେନା ଅଭିଯୁକ୍ତ ଶମ୍ଭୁ ସିଂ(୨୯)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୬ହଜାରଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୫ମାସ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି. ଅଭିନ୍ନ କୁମାର ପଟ୍ଟନାୟକ ମାମଲା ପରିଚାଳନା କରିଥିଲେ ।

ଘଟଣାରୁ ପ୍ରକାଶ ଯେ, ୨୦୧୪ ମସିହା ଜୁଲାଇ ମାସ ୨୧ତାରିଖ ବେତନଟୀ ଥାନା ଅନ୍ତର୍ଗତ ଭାଲିଆ ଗ୍ରାମର ଜନୈକା ନାବାଳିକା ଜଣଙ୍କ ଘରେ ଏକୁଟିଆ ଥିବାବେବେଳେ ଉକ୍ତ ଗ୍ରାମର ଅଭିଯୁକ୍ତ ଶମ୍ଭୁ ସିଂ ତାଙ୍କୁ ଜୋରଜବରଦସ୍ତ ଏକ ନିଛାଟିଆ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ ଏବଂ ଏହି ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବା ଧମକ ମଧ୍ୟ ଦେଇଥିଲେ । ପରେ ତାଙ୍କୁ ସେଠାରୁ ଅଭିଯୁକ୍ତ ତାଙ୍କ ସମ୍ପର୍କୀୟ ଭଉଣୀଙ୍କ ଘରକୁ ତଥା ବାଲେଶ୍ୱରକୁ ନେଇଯାଇ ସେଠାରେ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ ।

ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କ୍ରମେ ବେତନଟୀ ଥାନାରେ ୧୩୫/୧୪ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା । ଗୁରୁବାର ୧୬ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଅଦାଲତ ଉପରୋକ୍ତ ରାୟ ପ୍ରଦାନ କରିବା ସହ ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୪ଲକ୍ଷଟଙ୍କା ଆଇନ୍ ସହାୟତା କର୍ତ୍ତୃପକ୍ଷ ପୈଠ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି ।

Leave A Reply