Odisha news

ମୟୂରଭଞ୍ଜ ଜିଲ୍ଲାରେ ୟାସ୍ ବାତ୍ୟାର କ୍ଷତିଗ୍ରସ୍ତଙ୍କୁ ଓଡିଶା ମୋ ପରିବାର ପକ୍ଷରୁ ସହାୟତା

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ୟାସ୍ ବାତ୍ୟାର କ୍ଷତିଗ୍ରସ୍ତ ପରିବାରଙ୍କୁ ଓଡିଶା ମୋ ପରିବାର ପକ୍ଷରୁ ରିଲିଫ୍ ସାଗ୍ରମୀ ବଣ୍ଟନ କରାଯିବା ନେଇ ମଧୁବନ ଦୁର୍ଗାମଣ୍ଡପ ପଡିଆ ଠାରେ ଆନୁଷ୍ଠାନିକ ଭାବେ ରିିଲିଫ୍ ଗାଡି ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ତଥା ମୟୂରଭଞ୍ଜ ଜିଲ୍ଲାରେ ୟାସ୍ ବାତ୍ୟାର ଆକଳନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ଜନ୍ମେଜୟ ଲେଙ୍କାଙ୍କ ସଂଯୋଜନାରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡା ବିଧାୟକ ରାଜ୍କିଶୋର ଦାସ ଓ ରାଜ୍ୟ ବିଜେଡି ସାଧାରଣସମ୍ପାଦକ ଡାଃ ଦେବାଶିଷ ମାରାଣ୍ଡି ମିଳିତ ଭାବେ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତ । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକଙ୍କ ନିଦେ୍ର୍ଦଶ ତଥା ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ଓ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରିଲିଫ୍ ସାମଗ୍ରୀ ବିଭିନ୍ନ ବ୍ଲକ,ମୁ୍ୟନସିପାଲଟି ଏବଂ ଏନଏସିକୁ ପଠାଯାଇଛି । ଆଗାମୀ ଦିନରେ ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ବ୍ଲକର କ୍ଷତିଗ୍ରସ୍ତ ଲୋକଙ୍କୁ ଓଡିଶା ମୋ ପରିବାର ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯିବ ବୋଲି ଶ୍ରୀ ଲେଙ୍କା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଓଡିଶା ମୋ ପରିବାର ଜୀବନବିନ୍ଦୁ ସଂଯୋଜକ ଦେବାଶିଷ ମହାନ୍ତି, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ଜିଲ୍ଲା ବିଜେଡି ସମ୍ପାଦକ ପ୍ରଭାତ ନାୟକ, ରାଜ୍ୟ ବିଜେଡି ସମ୍ପାଦକ କୃଷ୍ଣଚନ୍ଦ୍ର ଦାସ, ଯୁବ ବିଜେଡି ଜିଲ୍ଲା ସଭାପତି ଅରୁଣ ବରାଡ, ମହିଳା ବିଜେଡି ସଭାପତି ବିଣାପାଣୀ ସାହୁ, ଛାତ୍ରସଭାପତି ସୁନୀଲ ନାୟକ, ନାରୀନେତ୍ରୀ ଭାରତୀ ହାଁସଦାଃ, ପୂର୍ବତନ କାଉନ୍ସିଲର ନିରୋଜ ସାହୁ, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ଖଦିବୋର୍ଡର ନିଦେ୍ର୍ଦଶକ ସରୋଜ ବୋଷ, ପୂର୍ଣ୍ଣାନନ୍ଦ ପରିଡା, ଅଭୟ ସିଂ, ପ୍ରଭାତୀ ପୃଷ୍ଟି, ଆର୍ଶୀବାଦ ଦାସ, ଅଜିତ୍ ଭକ୍ତା ଓ ଏସକେ ରାଜା ପ୍ରମୁଖ ଯୋଗଦେଇଥିଲେ ।

Comments are closed.