Odisha news

ଶ୍ରୀମା ମହିଳା କଲେଜରେ ରାସାୟନିକ ପଦାର୍ଥ ନିର୍ଗତ ଯୋଗୁଁ ୫ରୁ ଉଦ୍ଧ୍ୱର୍ ଛାତ୍ରୀ ଅସୁସ୍ଥ

0

ବାରିପଦା, : ଶ୍ରୀମା ମହିଳା ମହାବିଦ୍ୟାଳୟର ୫ଜଣରୁ ଉଦ୍ଧ୍ୱର୍ ଛାତ୍ରୀ କୌଣସି ରାସାୟନିକ ପଦାର୍ଥ ପ୍ରତିକ୍ରିୟା ଫଳରେ ଅସୁସ୍ଥ ହୋଇ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ଯେ, କଲେଜରେ ପଦାର୍ଥ ବିଜ୍ଞାନ ପ୍ରାକ୍ଟିକାଲ ଚାଲିଥିବା ସମୟରେ ହଠାତ୍ ଛାତ୍ରୀମାନେ ରାସାୟନିକ ଗ୍ୟାସରୁ ନିର୍ଗତ ହେବା ଫଳରେ ଅସୁସ୍ଥ ହୋଇଥିବା ସାଧାରଣରେ ପ୍ରକାଶ ପାଇଥିବାବେଳେ ଅନ୍ୟପକ୍ଷରେ ଛାତ୍ରୀମାନେ ନିଜର ସୁରକ୍ଷା ପାଇଁ ବ୍ୟବହାର କରୁଥିବା ପିପର ଗ୍ୟାସସ୍ପ୍ରେ ଦ୍ୱାରା ଅସୁସ୍ଥ ହୋଇଛନ୍ତି ବୋଲି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଏହି ପିପର ଗ୍ୟାସଟି ଜଣେ ଅଧ୍ୟାପକ ବ୍ୟବହାର କରୁଥିବା ଛାତ୍ରୀମାନେ ଅଭିଯୋଗ କରିବାପରେ ଛାତ୍ରୀମାନେ କେଉଁ ଗ୍ୟାସ ନିର୍ଗତ ଫଳରେ ଅସୁସ୍ଥ ହେଲେ ବୋଲି ଦ୍ୱନ୍ଦପ୍ରକାଶ ପାଇଛି । ଉକ୍ତ ଘଟଣାର ପଙ୍ଖାନୁପଙ୍ଖ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Leave A Reply