Odisha news

ଅଟୋ-କାର୍ ମୁହାଁମହିଁ ଧକ୍କା, ଜଣେ ମୃତ ୧୭ ଗୁରୁତର

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଛକ ଠାରେ ଅଟୋ ଓ ଆଲ୍ଟୋ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣକର ମୃତୁ୍ୟ ହୋଇଥିବାବେଳେ ୧୭ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିସôିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ, ଶୁକ୍ରୁବାର ସନ୍ଧ୍ୟାରେ ଅଟୋ ଓ କାର୍ ମଧ୍ୟରେ ଧକ୍କା ହେବାରୁ ଅଟୋରେ ବସିଥିବା ନାବାଳିକା ସୀମା ବେହେରା(୧୭)ଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା ଏବଂ ଦୁଇଜଣ ଗୁରୁତରଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ୧୫ଜଣଙ୍କୁ ପିଆରଏମ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଁଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।

Leave A Reply