ପୁରୀ,୨୯ା୧ :ଆୟବର୍ହିଭୁତ ସଂମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଖଣ୍ଡ ରାଜସ୍ୱନିରୀକ୍ଷକ ବସନ୍ତ କୁମାର ମହାନ୍ତିଙ୍କ ବାସଭବନ,କାର୍ଯ୍ୟାଳୟ, ପୈତୃକଘର ଓ ସମ୍ପର୍କିୟଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରାଯାଇଛି । ଭୁବନେଶ୍ୱରର ଭିଜିଲ୍ଲାନ୍ସର ଛଅଟି ସ୍ୱତନ୍ତ୍ର ଦଳ ଆଜି ଶ୍ରୀମହାନ୍ତିଙ୍କ ପୁରୀ ଫ୍ରେଣ୍ଡସ୍କ୍ଲବସ୍ଥିତ ବାସଭବନ,କୁମୁଟିଲେନ୍ ଓ ପେଣ୍ଠକଟାସ୍ଥିତ ଘର,କେନ୍ଦ୍ରପଡ଼ା ଜିଲ୍ଲା ରାଜନଗରସ୍ଥିତ ପୈତୃକ ଘର,ବାଲିଘାଟ ଓ ଫ୍ରେଣ୍ଡସ୍ଲେନ୍ ସ୍ଥିତସମ୍ପର୍କିୟଙ୍କ ବାସଭବନରେ ଏକକାଳୀନ ଚଢାଉ କରିଥିଲେ । ଚଢାଉ ଜାରି ରହିଥିବାରୁ ଶ୍ରୀମହାନ୍ତିଙ୍କ ଆୟ ବହିର୍ଭୁତ ସମ୍ପତ୍ତି ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରି ନାହିଁ । ଭିଜିଲାନ୍ସ ନିକଟରେ ଶ୍ରୀମହାନ୍ତିଙ୍କ ବିରୁଦ୍ଧରେ ଜମି କିଣାବିକାରେ ସମ୍ପୃକ୍ତି,ମୂଲ୍ୟବାନ ଜମିର କିଷମ ପରିବର୍ତ୍ତନରେ ଚଞ୍ଚକତା, ଶ୍ରୀମନ୍ଦିର ସୁରକ୍ଷା କରିଡ଼ର ଲାଗି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୭୫ ମିଟର ପରିଧି ମଧ୍ୟରେ ମାପଚୁପରେ ହେରଫେର ଆଦି ବିଭିନ୍ନ ଅଭିଯୋଗ ହୋଇଥିଲା । ଭୁବନେଶ୍ୱର ଭିଜିଲ୍ଲାନ୍ସ ଜଜ୍ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ବିଭାଗୀୟ ଅଧିକାରୀମାନଙ୍କ ପକ୍ଷରୁ ଆଜି ଏହି ଚଢାଉ କରାଯାଇଥିଲା ।