ବାରିପଦା : ନାରୀସରୁକ୍ଷା ଓ ନାରୀ ସଶକ୍ତିକରଣ ନାମରେ ରାଜ୍ୟସରକାର ମିଛ ଡିଣ୍ଡିମ ପିଟୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ଝିଅ ଝରାଫୁଲ ଆଜି ଝରି ପଡିଛନ୍ତି । କେବଳ ଝରାଫୁଲ ନୁହେଁ ଆହୁରି ଅନେକ ଝିଅ ପ୍ରତିଦିନ ଝରି ପଡୁଥିବାବେଳେ କେତେକ ଘଟଣା ସାମ୍ନାକୁ ଆସୁଅଛି ତ’ଆହୁରି ଅନେକ ସାମ୍ନାକୁ ଆସି ପାରୁନାହିଁ । ଯାହା ରାଜ୍ୟସରକାରଙ୍କ ବ୍ୟବସ୍ଥାଗତ ତୃଟିକୁ ସିଧାସଳଖ ଆଙ୍ଗୁଳି ନିଦେ୍ର୍ଦଶ କରୁଛି । ଏହାକୁ ବିରୋଧ କରି ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ଯୁବଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବା ସମେତ ମୟୂରଭଞ୍ଜର ଝିଅ ଝରାଫୁଲର ଆତ୍ମାକୁ ସଦ୍ଗତି ପ୍ରାପ୍ତ ନିମନ୍ତେ ଏବଂ ବିନମ୍ର ଶ୍ରଦ୍ଧାଞ୍ଜଳୀ ରୂପକ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରାଯିବା ସହ ଝରାଫୁଲର ହତ୍ୟା ପଛରେ ଥିବା ଦୋଷୀମାନଙ୍କୁ ଉପଯୁକ୍ତ ଦଣ୍ଡବିଧାନ ସହ ଫାଶୀ ଦଣ୍ଡାଦେଶ ଦାବୀ କରାଯାଇଛି । ଆଜିର ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ଭଞ୍ଜସେନା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଉପାଧ୍ୟକ୍ଷକ ନିମାଁଇ ତି୍ରପାଠୀ, ଯୁବଛାତ୍ର ସଂଯୋଜକ ରାକେଶ ବେହେରା ପ୍ରମୁଖଙ୍କ ସହ ଭଞ୍ଜସେନର ବହୁ ଯୁବଛାତ୍ର ବାରିପଦା ସ୍ଥିତ ଅମ୍ବିକା ମନ୍ଦିରରୁ ବାହାରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସାମିଲ ହୋଇଥିଲେ ।