Odisha news

ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ମଉନ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ବାରିପଦା : ଅଖିଳ ଭାରତ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟି ନିଷ୍ପତ୍ତି କ୍ରମେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ପ୍ରତିମୃର୍ତ୍ତି ତଳେ ମଉନ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଆମ୍ବେଦକରଙ୍କ ପ୍ରତିମୃର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପରେ ହାଥରସ ଠାରେ ଦୁଷ୍କର୍ମ ହୋଇ ମୃତୁ୍ୟବରଣ କରିଥିବା ଦଳିତ ପୀଡିତାଙ୍କର ଚିକିସôା ଅଭାବରୁ ମୃତୁ୍ୟ ଓ ପରିବାରକୁ ଶବ ହସ୍ତାନ୍ତର ନକରି ପୋଲିସ ମଧ୍ୟରାତ୍ରୀରେ କିରୋସିନୀ ଢାଳି ଶବଦାହ କରିବା ଘଟଣା ଅଗଣତାନ୍ତ୍ରିକ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ଏଥିସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ପୀଡିତାଙ୍କ ଘରକୁ ପୋଲିସ ଯିବାକୁ ନଦେବା କଂଗ୍ରେସ ଦଳ ପକ୍ଷରୁ ଦୃଢ ବିରୋଧ କରାଯିବା ସହ ଉତ୍ତର ପ୍ରଦେଶ ବିଜେପି ସରକାର ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ସୁଶ୍ରୀ ସୁଶିଳା ତିରିଆ, ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଘୋଷାଲ, କୋଭିଡ୍ ଜିଲ୍ଲା ସଂଯୋଜକ ଶାନ୍ତନୁ ପାଲ, କଂଗ୍ରେସ ନେତା ପ୍ରଦୀପ ମିଶ୍ର, ଅରବିନ୍ଦ ଦାସ, ବିଜୟ ସିଂ, ଯୋଗେଶ ଅଗ୍ରୱାଲା, ସେକ୍ ମୁସ୍ତାଫା, ପ୍ରଦୀପ ଦାସ, ମୀନକେତନ ବେହେରା, ଦୀପକ ଦାସ, ନିର୍ମଳ ପ୍ରଧାନ, ଦେବାଶିଷ ଅଧିକାରୀ ଓ ଇତିଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply