ବାରିପଦା : ବିଶ୍ୱ ଶିକ୍ଷକ ଦିବସ ଅବସରରେ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତି-୨୦୨୦ ବିଷୟବସ୍ତୁ ଶୀର୍ଷକ ଏକ ଅନ୍ଲାଇନ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଡଃ ପ୍ରଜ୍ଞା ପାରମିତା ଜେନା ଏହି ଆଲୋଚନାଚକ୍ରକୁ ଉଦ୍ଘାଟନ କରିବା ଅବସରରେ ଅତୀତରେ ପ୍ରଣୀତ ବିଭିନ୍ନ ଶିକ୍ଷାନୀତି ଓ କମିଶନ ସମ୍ପର୍କରେ ଏକ ବିଶେଷଣାତ୍ମକ ଆଲୋଚନା ଉପସ୍ଥାପନ କରିଥିଲେ ।
ଜାତୀୟ ଶିକ୍ଷାନୀତି ୨୦୨୦ ଅନ୍ତର୍ଗତ ବିଭିନ୍ନ ଧାରା ଓ ତତ୍ସମ୍ପର୍କିତ ବିଭିନ୍ନ ପରିବର୍ତ୍ତନ ତଥା ଦିଗ ଉପରେ ଡଃ ଜେନା ବିଶଦ ଭାବରେ ବର୍ଣ୍ଣନା କରିଥିଲେ । ବିଶେଷ କରି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷକ ଶିକ୍ଷାବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଅମିତାଭ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷକ ଅତୁଲ କୁମାର ପରିଡା ଓ ଗୋବିନ୍ଦ ଚନ୍ଦ୍ର ରାଉତ, ପ୍ରଦୀପ କୁମାର ଦଣ୍ଡପାଟ୍ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ଜଗନ୍ନାଥ ସୂତାର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
