Odisha news

ଜେଇ-ଏନଇଇଟି ପରୀକ୍ଷା ଘୁଞ୍ଚାଇବା ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା

0

ବାରିପଦା  : ଅଖିଳ ଭାରତୀୟ କଂଗ୍ରେସ କମିଟି ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଛାତ୍ରଛାତ୍ରୀମାନଙ୍କର ଜେଇଇ-ଏନଇଇଟି ପରିକ୍ଷାକୁ ଘୁଞ୍ଚାଇବା ପାଇଁ ଦାବି କରି ସ୍ଥାନୀୟ ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଥିଲା ।

କଂଗ୍ରେସ ମହାମାରୀ ପ୍ରକୋପରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଚାଲିଥିବାବେଳେ ଆନ୍ତଃଜିଲ୍ଲା ବସଚଳାଚଳ ବନ୍ଦଅଛି, ରେଳ ଚଳାଚଳ ସ୍ୱାଭାବିକ୍ ହୋଇନାହିଁ, ହୋଟେଲ ବନ୍ଦଅଛି, ବନ୍ୟାର କରାଳ ରୁପବିସ୍ତାର କରିଛି ଏବଂ ଦୀର୍ଘଦିନ ଧରି କୋଚିଂସେଣ୍ଟର ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀ ଏହିପରି ପରିସ୍ଥିତିର ଗୁରୁତ୍ୱକୁ ଉବଲବଧି କରି ଦୁଇତିନିମାସ ସ୍ୱାଭାବିକ ହେବାପରେ କେନ୍ଦ୍ରସରକାର ଏ ପରୀକ୍ଷାକୁ ଘୁଞ୍ଚାଇବାକୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ମହିଳା ସଭାପତି ସୁସ୍ମିତା ଘୋଷାଲ, କିଶାନ ସେଲ ଅଧ୍ୟକ୍ଷ ଦଶରଥ ସିଂ, ପ୍ରଦୀପ ମିଶ୍ର, କୋଭିଡ୍-୧୯ ଜିଲ୍ଲା ସଂଯୋଜକ ଶାନ୍ତନୁ ପାଲ, ରାଜ୍ୟସମ୍ପାଦକ ଯୋଗେଶ ଅଗ୍ରୱାଲ, ଅରବିନ୍ଦ ଦାସ, ଦୀପକ ଦାସ, ରଶ୍ମିତା ମିଶ୍ର, ଶୁଭସ୍ମିତ ବେହେରା, ଇତିଶ୍ରୀ ମିଶ୍ର, ଇନ୍ଦୁ ମହାନ୍ତି, ଚାଣ୍ଡେ ମହାନ୍ତ, ନିର୍ମଳଚନ୍ଦ୍ର ପ୍ରଧାନ ଓ ପ୍ରଦୀପ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥରଲେ ।

Leave A Reply