ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ କରୋନା ସଂଖ୍ୟା ବଢିବା ସହ ଶୁକ୍ରୁବାର ଜିଲ୍ଲାରେ ଏକାଥରକେ ସର୍ବାଧିକ ୨୭୨ଜଣ ନୂଆ କୋରନା ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୨୯୫୫ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରୁବାର ମୟୂରଭଞ୍ଜ ଜିଲ୍ଲାରେ ୨୭୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଫଳରେ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ଚିହ୍ନଟ ହୋଇଥିବା ୨୭୨ଜଣଙ୍କ ମଧ୍ୟରୁ ୨୫୯ଜଣ ସ୍ଥାନୀୟ ଆକ୍ରାନ୍ତ ହୋଇଥିବାବେଳେ ୧୦ଜଣ ହୋମ କ୍ୱାରେଣ୍ଟାଇନ୍ ଏବଂ ୩ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରର ବୋଲି ଜଣାଯାଇଛି ।
ଏହି କରୋନା ଚିହ୍ନଟଙ୍କ ମଧ୍ୟରେ ୨୬ଜଣ ଖୁଣ୍ଟା ବ୍ଲକରୁ, ୨୫ଜଣ ଉଦଳା ବ୍ଲକରୁ, ୨୩ଜଣ ବାରିପଦା ପୌରାଞ୍ଚଳରୁ, ୧୯ଜଣ ବେତନଟୀ ବ୍ଲକରୁ, ୧୭ଜଣ ବଡସାହି ବ୍ଲକରୁ, ୧୪ଜଣ ବହଳଦା ବ୍ଲକରୁ, ୧୩ଜଣ ବାରିପଦା ବ୍ଲକରୁ, ୧୨ଜଣ ଲେଖାଏଁ ରାସଗୋବିନ୍ଦପୁର ଓ ଶ୍ୟାମାଖୁଣ୍ଟା ବ୍ଲକରୁ, ୧୧ଜଣ କପ୍ତିପଦା ବ୍ଲକରୁ, ୧୦ଜଣ କରଞ୍ଜିଆ ବ୍ଲକରୁ, ୯ଜଣ ବିଜାତଳା ବ୍ଲକରୁ, ୮ଜଣ ଲେଖାଏଁ ଜାମଦା ବ୍ଲକ ଓ ଶୁଳିଆପଦା ବ୍ଲକରୁ, ୭ଜଣ ଶୁକୃଳି ବ୍ଲକରୁ, ୬ଜଣ ଲେଖାଏଁ ବାଙ୍ଗିରିପୋଷି, ଜିବିନଗର, କୁଳିଅଣା ଓ ଠାକୁରମୁଣ୍ଡା ବ୍ଲକରୁ, ୫ଜଣ ଲେଖାଏଁ କୁସୁମୀ, ରାଇରଙ୍ଗପୁର ଓ ତିରିଂ ବ୍ଲକରୁ, ୪ଜଣ ଯଶିପୁର ବ୍ଲକରୁ, ୨ଜଣ ଲେଖାଏଁ ବିଶୋଇ ଓ ମୋରଡା ବ୍ଲକରୁ ଏବଂ ଜଣେ ଲେଖାଏଁ ରରୁଆଁ ଏବଂ ସାରସକଣା ବ୍ଲକରୁ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ଅନ୍ୟ ୨ଜଣ କୋରନା ଆକ୍ରାନ୍ତ ଅନ୍ୟଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।
ଚଳିତ ଅଗଷ୍ଟ ମାସରେ ମୟୂରଭଞ୍ଜ ଜିଲ୍ଲାରେ ହୁ ହୁ ହୋଇ କରୋନା ପଜିଟିଭ୍ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀମାନେ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।