Odisha news

ଲଗାଣ ବର୍ଷା ଯୋଗୁଁ ବାରିପଦା ବେହାଲ, କୋଠା ଭୁଷୁଡିଲା ଓ ବନ୍ୟାଜଳ ଘରେ ପଶିଲା

0

ବାରିପଦା  : ଲଘୁଚାପ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ଲଗାଣବର୍ଷା ଲାଗିରହିଛି, ଫଳରେ ଜିଲ୍ଲାରେ ବୋହି ଯାଇଥିବା ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରଖରଗତିରେ ପ୍ରବାହିତ ହେବାରେ ଲାଗିଛି । ଲଗାଣବର୍ଷା ଯୋଗୁଁ ବାରିପଦା ସହର ଏବେ ବେହାଲ ହୋଇଯାଇଛି । ବୁଢାବଳଙ୍ଗ, ସରାଳୀ ଓ ଜରାଳୀ ଆଦି ନଦୀମାନଙ୍କରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ନଦୀ ସଂଲଗ୍ନ ସହରର ବିଭିନ୍ନ ୱାର୍ଡରେ ବନ୍ୟାଜଳ ପଶିଯାଇଛି । ବୁଢାବଳଙ୍ଗ ନଦୀ ନିକଟରେ ଏକ ଦୁଇମହଲା ଘରଭୁଷୁଡି ପଡିଛି ।

ନଦୀ ତଳବର୍ତ୍ତୀ ଲୋକମାନଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ଉଚ୍ଚସ୍ଥାନକୁ ତଥା ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ବିଶେଷ ଭାବରେ ବାରିପଦା ସହରର ମଧୁବନ, ସହରସାହି, ବାବୁସାହି, ଶୁନଗଡିଆ, ପ୍ୟାରେଡ ପଡିଆ ଓ ବିଜୟରାମଚନ୍ଦ୍ରପୁର ଆଦି ଅଞ୍ଚଳର ନଦୀ ନିକଟବର୍ତ୍ତୀ ଘରମାନଙ୍କରେ ପାଣି ପଶିଯାଇଛି । ଏହି ପରିପ୍ରେକ୍ଷୀରେ ଲୋକମାନଙ୍କୁ ସତର୍କ କରାଯିବା ସହ ଜିଲ୍ଲାପ୍ରଶାସନ ପକ୍ଷରୁ ବନ୍ୟାପୀଡିତ ଲୋକମାନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି । ବର୍ଷା ପରିମାଣକୁ ଦେଖି ଓଡ୍ରାଫ୍ ଟିମ୍ ମଧ୍ୟ ସଜାଗ ରହିଛି । ବର୍ଷା ପରିମାଣ ନକମିଲେ ଏକ ବଡଧରଣର ବନ୍ୟା ହୋଇପାରେ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଆଶଙ୍କା କରାଯାଉଛି ।

Leave A Reply