ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ କରୋନା ସଂଖ୍ୟା ବଢିବା ସହ ମଙ୍ଗଳବାର ଜିଲ୍ଲାରେ ୧୩୭ଜଣ ନୂଆ କୋରନା ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୨୪୧୪ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାରେ ୧୩୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଫଳରେ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ଚିହ୍ନଟ ହୋଇଥିବା ୧୩୭ଜଣଙ୍କ ମଧ୍ୟରୁ ୧୩୧ଜଣ ସ୍ଥାନୀୟ ଆକ୍ରାନ୍ତ ହୋଇଥିବାବେଳେ ୬ଜଣ ହୋମ୍ କ୍ୱାରେଣ୍ଟାଇନ୍ ବୋଲି ଜଣାଯାଇଛି ।
ଏହି କରୋନା ଚିହ୍ନଟଙ୍କ ମଧ୍ୟରେ ୨୨ଜଣ ବଡସାହି ବ୍ଲକ, ୧୨ଜଣ ଉଦଳା ବ୍ଲକ, ୧୦ଜଣ ଯଶିପୁର ବ୍ଲକ, ୯ଜଣ ଲେଖାଏଁ କପ୍ତିପଦା ଓ କରଞ୍ଜିଆ ବ୍ଲକ, ୮ଜଣ ବେତନଟୀ ବ୍ଲକ, ୭ଜଣ ବାରିପଦା ପୌରାଞ୍ଚଳରୁ, ୬ଜଣ ଲେଖାଏଁ ବିଜାତଳା, ଜିବିନଗର ଓ ତିରିଂ ବ୍ଲକରୁ, ୫ଜଣ ଲେଖାଏଁ ବାରିପଦା, ଖୁଣ୍ଟା ଓ ଜାମଦା ବ୍ଲକରୁ, ୪ଜଣ ଲେଖାଏଁ ବାଙ୍ଗିରିପୋଷି ଓ ରାସଗୋବିନ୍ଦପୁର ବ୍ଲକରୁ, ୩ଜଣ ଲେଖାଏଁ ଶ୍ୟାମାଖୁଣ୍ଟା ଓ ଉଦଳା ଏନଏସସିରୁ, ୨ଜଣ ରରୁଆଁ ବ୍ଲକରୁ ଏବଂ ଜଣେ ଲେଖାଏଁ ବିଶୋଇ, କୁଳିଅଣା, କୁସୁମୀ, ମୋରଡା, ସାରସକଣା, ଶୁଳିଆପଦା ଓ କରଞ୍ଜିଆ ଏସଏସସିରୁ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ୪ଜଣ ଅନ୍ୟଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।
ଚଳିତ ଅଗଷ୍ଟ ମାସରେ ମୟୂରଭଞ୍ଜ ଜିଲ୍ଲାରେ ହୁ ହୁ ହୋଇ କରୋନା ପଜିଟିଭ୍ ବୃଦ୍ଧି ପାଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀମାନେ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।